ଜୁଲାଇ ୨୯ ତାରିଖ ଦିନ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ରେ ଚରକ ଜୟନ୍ତୀ ଅତ୍ୟନ୍ତ ଆଡମ୍ୱର ସହକାରେ ପାଳିତ ହୋଇ ଯାଇଛି

ଜୁଲାଇ ୨୯ ତାରିଖ ଦିନ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ରେ ଚରକ ଜୟନ୍ତୀ ଅତ୍ୟନ୍ତ ଆଡମ୍ୱର ସହକାରେ ପାଳିତ ହୋଇ ଯାଇଛି ।ଏହି ଅବସରରେ ମହାବିଦ୍ୟାଳୟ ରେ ୭ ଦିନ ଧରି ଚରକ ସପ୍ତାହ ନାମରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଥିଲା । ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଓ ଔଷଧ ବିତରଣ, ବିଭିନ୍ନ ଅନୁଷ୍ଠାନରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ, ବୃକ୍ଷରୋପଣ ସହ ଛାତ୍ରଛାତ୍ରୀ ଙ୍କ ନିମନ୍ତେ ସାଧାରଣ ଜ୍ଞାନ, ଶ୍ଲୋକାବୃତି ପ୍ରତିଯୋଗିତା ଏବଂ ସଂହିତା ନିରୂପଣ ଆଦି କାର୍ଯ୍ୟକ୍ରମ କରା ଯାଇଥିଲା।। ଚରକ ଜୟନ୍ତୀ ରେ ଚରକ ପୂଜନ ସହ ଏକ ବୈଜ୍ଞାନିକ ଆଲୋଚନା ଚକ୍ରର ଆୟୋଜନ ମଧ୍ୟ ହୋଇ ଥିଲା ଯାହାକୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ବିପିନ୍ ବିହାରୀ ଖୁଣ୍ଟିଆ ଉଦ୍ଘାଟନ କରି ଅତିଥି ମାନ ଙ୍କୁ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ।ଡାକ୍ତର ଲିପ୍ସା ମହାପାତ୍ର ଓ ଡାକ୍ତର ଅନନ୍ୟା ସେନ ମଞ୍ଚ ପରିଚାଳନା କରିଥିଲେ।ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡ଼ା ଏନ.ସି ଦାସ , ଡାଇବେଟିସ ବିଶେଷଜ୍ଞ ଡ଼ାକ୍ତର ହରିବଲ୍ଲଭ ମହାପାତ୍ର, ଶ୍ରୀ ଜଗନ୍ନାଥ ମେଡ଼ିକାଲ କଲେଜରେ ଡାକ୍ତର କୌଶିକ ମିଶ୍ର, ଡାକ୍ତର ସଂଗୀତା ଦାସ, କର୍ଣ୍ଣାଟକ ର ଆୟର୍ବେଦିକ ପ୍ରଫେସର ଡାକ୍ତର ମୂରଲୀଧର ଶର୍ମା ପ୍ରମୁଖ ଯୋଗ ଦେଇ ” ଅସ୍ଥି ପେଶି ଜନ୍ୟ ସମସ୍ୟା ରେ ସାଂପ୍ରତିକ ଉନ୍ନତି ” ସମ୍ବନ୍ଧରେ ଆଲୋକପାତ କରି ଥିଲେ ।ଏହାପରେ ଉଦଯାପନୀ ଉତ୍ସବ ପାଳିତ ହୋଇ ଥିଲା ।ଡାକ୍ତର ସୋନାଲିକା ଜେନା ଧନ୍ୟବାଦ ଅର୍ପଣ କରି ଥିଲେ। କାୟଚିକି ସା ବିଭାଗର ଡାକ୍ତର ପ୍ରଜ୍ଞା ପ୍ରିୟଦର୍ଶିନୀ ମଲ୍ଲିକ, ଡାକ୍ତର ଶାନ୍ତିଲତା ସାହୁ, ଡାକ୍ତର ଭାରତୀ ଲତା ଆଚାର୍ଯ୍ୟ, ଡାକ୍ତର ସତ୍ୟଜିତ ବେହେରା କାର୍ଯ୍ୟକ୍ରମର ସମସ୍ତ ସଂଯୋଜନା କରିଥିଲେ। ସ୍ନାତୋତ୍ତର ଡାକ୍ତର ସୌମ୍ୟ ଦତ୍ତ, ଡ଼ା ସତ୍ୟ, ଡ଼ା ସୋନାଲି, ଡ଼ା ଲିଜିନା, ଡ଼ା ଲୋପା ତଥା ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏବଂ କର୍ମଚାରୀ ମାନେ ସମସ୍ତ ପ୍ରକାର ସହାୟତା ପ୍ରଦାନ କରି ଏହି ଦିବସକୁ ସ।ଫଲ୍ୟ ମଣ୍ଡିତ କରାଇ ଥିଲେ ।

Leave a Reply

Your email address will not be published. Required fields are marked *