ଚରମ୍ପାରୁ ଶ୍ରୀକ୍ଷେତ୍ର ଯାତ୍ରା ଦୁର୍ଘଟଣାବିହୀନ ଜୀବନ ପାଇଁ ପ୍ରାର୍ଥନା
ଚରମ୍ପାରୁ ଶ୍ରୀକ୍ଷେତ୍ର ଯାତ୍ରା ଦୁର୍ଘଟଣାବିହୀନ ଜୀବନ ପାଇଁ ପ୍ରାର୍ଥନା
ଭଦ୍ରକ ପୂର୍ବରୁ ସଂକୁଚିତ ଜାତୀୟ ରାଜପଥ ପାଁଇ ଦୁର୍ଘଟଣା ବୃଦ୍ଧି ପାଉଥିବା କୁହାଯାଉଛି। ସଂପ୍ରତି ରାସ୍ତା ସମ୍ପ୍ରସାରଣ ସହିତ ଯାନବାହାନ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଦୁର୍ଘଟଣା ହ୍ରାସ ପାଇବା ପରିବର୍ତ୍ତେ ବୃଦ୍ଧି ପାଉଛି। ମନୁଷ୍ୟକୃତ ହେଉ ବା ଦୈବୀଦୁର୍ବିପାକ ଦେଉ ଦୈନିକ ରାଜପଥରେ କିଛି ନା କିଛି ଦୁର୍ଘଟଣା ଘଟି ଜନଜୀବନ ନଷ୍ଟ ହେଉଛି। ତେଣୁ ହୋର ପ୍ରତିକାର ପାଇଁ କେବଳ ଭଗବାନ ହିଁ ଭରସା। ଏହି ପରିପ୍ରେକ୍ଷୀରେ ଜଗତର ନାଥ ଜଗନ୍ନାଥଙ୍କୁ ଗୁହାରି କରିବା ପାଇଁ ଭଦ୍ରକର ଯୁବକ ଭଦ୍ରକ ଠାରୁ ଶ୍ରୀକ୍ଷେତ୍ର ଆମେ ଚାଲି ଚାଲି ଯାଉଛନ୍ତି।
ସୂଚନା ମୁତାବକ ଚରମ୍ପା ନିକଟ ବନ୍ଧଗାଁର ଅମୂଲ୍ୟ କୁମାର ଗାର୍ଗ ଆଜି ଠାରୁ ଶ୍ରୀକ୍ଷେତ୍ର ଆମକୁ ଆରମ୍ଭ କରିଛନ୍ତି। ଜାତୀୟ ରାଜପଥରେ ଜୈନିକ ଯେଉଁଭଳି ଦୁର୍ଘଟଣା ମାନ ଘଟୁଛି ଏହାକୁ ସମ୍ପୂରର୍ଣ୍ଣ ହ୍ରାସ ନିମନ୍ତେ ଯୁବକଦ୍ବୟ ମହାପ୍ରଭୃଙ୍କୁ ପ୍ରାର୍ଥନା କରିବେ ବୋଲି କହିଛନ୍ତି।
ଏହା ପୂର୍ବରୁ କୋରଣା ସମୟରେ ମଧ୍ଯ ଯୁବକ ଜଣକ ମହାପ୍ରଭୁଙ୍କୁ ଦର୍ଶନ କରି ମହାମାରି କବଳରୁ ରକ୍ଷ୍ୟ ପାଇଁ ଗୁହାରି କରିଥିଲେ
