ଚାରିଛକ ଥାନା ପକ୍ଷରୁ ମା ବେଲେଶ୍ବରୀଙ୍କ ବାର୍ଷିକ ଉତ୍ସବ ବିଶ୍ବଶାନ୍ତି ଯଂଜ୍ଞ ଅନୁଷ୍ଠିତ।

ନିମାପଡା , ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଚାରିଛକ ଥାନା ସ୍ଥିତ ମା ବେଲେଶ୍ୱରୀଙ୍କ ବାର୍ଷିକ ଉତ୍ସବ ବିଶ୍ବଶାନ୍ତି ମହାଯଂଜ୍ଞ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ କର୍ତ୍ତା ଭାବରେ ଥାନା ଅଧିକାରିଣୀ ମମତା ବିଶ୍ୱାଳ ପୂଜା କାର୍ଯ୍ୟରେ ଯୋଗ ଦେଇଥିଲେ।ମାଙ୍କର ପୂଜାର୍ଚ୍ଚନା ପରେ ସୁସଜ୍ଜିତ ବିମାନରେ ମାଙ୍କର ଚଳନ୍ତି ପ୍ରତିମା ନଗର ପରିକ୍ରମା କରିଥିଲେ। ସାହିଯାତ, ଘୋଡାନାଚ,ରାମତାଳି, ଲହୁଡି ଖେଳ,ସଂକୀର୍ତନ ସହ ବିରାଟ ପଟୁଆରେ ଚାରିଛକ ବଜାର, ବ୍ରହ୍ମକୁଣ୍ଡି, ଓରପଟ ଆଦି ଗ୍ରାମ ପରିକ୍ରମା କରିଥିଲେ। ଓରପଟ ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିରକୁ ମାଙ୍କୁ ନିମନ୍ତ୍ରଣ କରି ପାଛୋଟି ନିଆଯାଇଥିଲା। ସେଠାରେ ଯଥାଵିଧି ପୂଜାର୍ଚ୍ଚନା ପରେ ଥାନା ପରିସରରେ ଆସି ପହଂଚିଵା ପରେ ସେଠାରେ ଭୋଗଲାଗି କରାଯାଇଥିଲା। ଦୀର୍ଘ ଦିନରୁ ଏହି ପରମ୍ପରା ଥାନା ପକ୍ଷରୁ ପାଳିତ ହୋଇ ଆସୁଛି।ଆଜିର ଏହି ଉତ୍ସବ ରେ ନିମାପଡା ଏସଡିପିଓ ଜନାର୍ଦନ ପାଢ଼ୀ, ନିମାପଡା ଥାନା ଅଧିକାରୀ ବାମଦେବ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ।ଥାନା ଏଆସଇ ଇନ୍ଦୁଲତା ମିଶ୍ର,କୃଷ୍ଣଚନ୍ଦ୍ର ପୃଷ୍ଟି,କୈଳାସ ପ୍ରଧାନ,ସବିତାରାଣୀ ଦେବୀଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଥାନା ପରିସରରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଂଚଳରୁ ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *