ମୂଖ୍ୟ ବିଚାରପତିଙ୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ
କୋଣାର୍କ – ଓଡିଶା ଉଚ୍ଚ ନ୍ୟାୟାଳୟର ମୂଖ୍ୟ ବିଚାରପତି ରବିବାର ମଧ୍ୟାହ୍ନରେ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି। ଚିଫ୍ ଜଷ୍ଟିସ ହରିଶ୍ ଟଣ୍ଡନ ନିଜ ପରିବାର ସହ ପ୍ରଥମେ କୋଣାର୍କ ଯାତ୍ରୀ ନିବାସ ପରିସରରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ ପରେ ଜଳପାନ ବିରତି କରିଥିଲେ। ପରେ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିଥିଲେ। କୋଣାର୍କ ସୂର୍ଯ୍ୟ ମନ୍ଦିର କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ, ଐତିହ୍ୟ ଓ କଳାକୃତି ବିଷୟରେ ଅଭିଜ୍ଞତା ହାସଲ କରି ନିଜକୁ ଧନ୍ୟ ମନେ କରିଥିଲେ। ଏହି ଅବସରରେ ତାଙ୍କର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା।
