ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଉତ୍ସବ

ଜଗତସିଂହପୁର ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡ଼ିଆରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ଅତିଥି ଭାବେ ସରକାରୀ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ଜିଲ୍ଲା ପରିଷଦ ସଭାପତି ମନୋଜ କୁମାର ଭୋଇ,ଜିଲ୍ଲାପାଳ ପାରୁଲ ପଟୱାରୀ ପ୍ରମୁଖ ଯୋଗ ଦେଇ ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୃଦୃଢ଼ କରିବା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବାର ମୁଖ୍ୟମନ୍ତ୍ରୀ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ସ୍ୱାଗତ ଯୋଗ୍ୟ ବୋଲି କହିଥିଲେ ।ଛାତ୍ର ଛାତ୍ରୀମାନଙ୍କ ସହିତ ବିଦ୍ୟାଳୟର ପରିଚାଳନା କମିଟି, ସ୍ଥାନୀୟ ଜନ ପ୍ରତିନିଧି ଆଦିଙ୍କୁ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ପାଇଁ ସରକାରଙ୍କୁ ସହଯୋଗ କରିବାରୁ ସେମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି ।ଜଗତସିଂହପୁର ଜିଲ୍ଲାର ବ୍ଲକ ଓ ଜିଲ୍ଲା ସ୍ତରୀୟ ଛାତ୍ରଛାତ୍ରୀ,ପ୍ରଧାନ ଶିକ୍ଷକ,ବିଦ୍ୟାଳୟ ପରିଚାଳନା କମିଟି,ଆଲୁମିନି କମିଟି, ବିଦ୍ୟାଳୟ ଉନ୍ନତିରେ ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କୁ ମିଶାଇ ମୋଟ ୧୪୭୫ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି ।ଏହି ଶିକ୍ଷା ପୁରସ୍କାର ସମସ୍ତଙ୍କୁ ଶିକ୍ଷାର ଉନ୍ନତି ଦିଗରେ ଅଧିକ ଉତ୍ସାହ ବଢାଇବା ସହିତ କାର୍ଯ୍ୟ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ଅତିଥି ।

Leave a Reply

Your email address will not be published. Required fields are marked *