କୋରେଇ ଥାନାର ନୂତନ ଗୃହକୁ ଭର୍ଚୁଆଲ ମଧ୍ୟରେ ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l
କୋରେଇ ଥାନାର ନୂତନ ଗୃହକୁ ଭର୍ଚୁଆଲ ମଧ୍ୟରେ ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ଆଜି ଯାଜପୁର ରୋଡ ଏସଡିପିଓ ଲକ୍ଷ୍ମୀଧର ସ୍ୱାଇଁଙ୍କ ନେତୃତ୍ୱରେ ଆୟୋଜିତ ଥାନାର ନୂତନ ଗୃହ ପ୍ରତିଷ୍ଠା ଉତ୍ସବରେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ବିଧାୟକ ଆକାଶ ଦାସନାୟକ , ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା ଓ ଏସପି ୟସପ୍ରତାପ ଶ୍ରୀମଲ ଅତିଥିଭାବେ ଯୋଗଦେଇ ରାଜ୍ୟ ପୋଲିସ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ଆଲୋଚନା କରିଥିଲେ l ଆଜି ଏହି ନୂତନ ଗୃହକୁ ଭର୍ଚୁଆଲ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଥାନା ଅଧିକାରୀ, ବୃଦ୍ଧିଜୀବି, ଓ ଗ୍ରାମବାସୀ ଉପସ୍ଥିତ ଥିଲେ l
ଯାଜପୁର କୋରେଇ ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ
