ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଭରଚୁଆଲ ମାଧ୍ୟମରେ ଜଗତସିଂହପୁର ଜ଼ିଲ୍ଲାର ଅଣତିରିସି ଟି ପ୍ରକଳ୍ପ ଉଦଘାଟନ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ୨୯ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭର୍ଚ୍ୟୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହି ସବୁ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହି ୨୯ ଟି ପ୍ରକଳ୍ପ ନିମନ୍ତେ ୨୧୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏହି ପ୍ରକଳ୍ପ ଗୁଡିକ ମଧ୍ୟରୁ କେନ୍ଦ୍ରାପଡା ଜିଲ୍ଲା ତଳକୁସୁମା ଜଗତସିଂହପୁର ଜିଲ୍ଲା ଲଂକାପଡା ମଧ୍ୟରେ ପାଇକା ନଦୀ ଉପରେ ଉଚ୍ଚ ସେତୁ ,ପାରାଦୀପରେ ସ୍ୱତନ୍ତ୍ର ସର୍କିଟ ହାଉସ,ଜଗତସିଂହପୁର ଠାରେ ନୂତନ ପର୍ଯ୍ୟଟନ କାର୍ଯ୍ୟାଳୟ,ପାରାଦୀପ ଠାରେ ଶିଳ୍ପ ତାଲିମ କେନ୍ଦ୍ର,ରଘୁନାଥପୁର,କୁଜଙ୍ଗ ଓ ଏରସମା ବ୍ଲକ ଅଞ୍ଚଳରେ ଆଦର୍ଶ ବିଦ୍ୟାଳୟ ତିର୍ତ୍ତୋଲ ଆଦିକବି ଶାରଳା ଦାସ କଲେଜ ଓ ଏରସମା ଜଗନ୍ନାଥ ମହାବିଦ୍ୟାଳୟ ନୂତନ ଗୃହ ନିର୍ମାଣ,ଏରସମା ବ୍ଲକର ବାଘାଡି ଓ ନଗରୀ ସୁଇସ ଗେଟର ପୁର୍ନଉଦ୍ଧାର ଓ ବକ୍ସସେତୁ ନିର୍ମାଣ ଆଦି ୨୯ ଟି ପ୍ରକଳ୍ପ ଅନ୍ତର୍ଭୁକ୍ତ ରହିଛି । ଏଥି ନିମନ୍ତେ ପ୍ରଶାସନ ପକ୍ଷରୁ ଜିଲାପାଳ ଙ୍କ କାର୍ଯ୍ୟାଳୟ ସମେତ ବାଲିକୁଦା, ଏରସମା, ରଘୁନାଥପୁର, ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ପାରାଦୀପ ସମେତ ବିଭିନ୍ନ ସ୍ଥାନରେ ସୁସଜ୍ଜିତ ମଣ୍ଡପ ଓ ସାଧାରଣ ଜନତାଙ୍କ ନିମନ୍ତେ ଏଲ ଇ ଡି ଲଗାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ମନ୍ତ୍ରୀ ରଘୁନନ୍ଦନ ଦାସ ଓ ଜିଲାର ସମସ୍ତ ବିଧାୟକ,ସାଂସଦ ,ଜିଲାପାଳଙ୍କ ସମେତ ବିଭିନ୍ନ ପ୍ରଶାସନିକ ଅଧିକାରୀମାନେ ବିଭିନ୍ନ ସ୍ଥାନରେ ଉପସ୍ଥିତ ରହିଥିଲେ । କୋଭିଡ କଟକଣା ମଧ୍ୟରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଜଗତସିଂହପୁର ଜିଲା ପ୍ରତି ମୁଖ୍ୟମନ୍ତ୍ରୀଙ୍କର ଏହି ଅବଦାନକୁ ନେଇ ଜିଲାବାସୀ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ରିପୋର୍ଟ:-ପୁନିଲ କୁମାର ସାମନ୍ତ, ।
