ନବରଙ୍ଗପୁରକୁ ଜିଲ୍ଲା ଭିତିକ ନିଯୁକ୍ତି ପ୍ରତିଶ୍ରୃତି ଦେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତାରଣା
ନବରଙ୍ଗପୁର ()୧୧/୧୨/୨୦୨୫ ଜିଲ୍ଲା ଭିତିକ ନିଯୁକ୍ତି ଦାବିରେ ମିଳିତ କ୍ରିୟାନୁଷ୍ଠାନ କମିଟି ସହ ଜିଲ୍ଲା ଯୁବଛାତ୍ର ମହାସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ପି.ଡବ୍ଲ୍ୟୁ . ଡି ବଙ୍ଗଳା ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ତଥା ନବରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଓ ଯୁବ ଛାତ୍ର ତରଫରୁ ଏକ ଅତ୍ୟନ୍ତ ସମ୍ବେଦନଶୀଳ ବିଷୟ। ଗତବର୍ଷ ନବରଙ୍ଗପୁରର ଗୌରବମୟ ପର୍ବ ମଡେଇ ଉତ୍ସବରେ ଯୋଗ ଦେଇଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ମୋହନ ଚରଣ ମାଝୀ।ସେଠାରେ ହଜାର ହଜାର ଜନତାଙ୍କ ଉପସ୍ଥିତିରେ ଏବଂ ସମଗ୍ର ଜିଲ୍ଲାର ଯୁବକମାନଙ୍କୁ ଆଶ୍ୱାସନା ଦେଇ ସେ ଏକ ଐତିହାସିକ ଘୋଷଣା କରିଥିଲେ।ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ: ନବରଙ୍ଗପୁର ଜିଲ୍ଲାର ସମସ୍ତ ନିଯୁକ୍ତି କ୍ଷେତ୍ରରେ ଜିଲ୍ଲା ଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଲାଗୁ କରାଯିବ ଏବଂ ସର୍ବପ୍ରଥମେ ନବରଙ୍ଗପୁର ଜିଲ୍ଲାର ଯୋଗ୍ୟ ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦିଆଯିବ।ନବରଙ୍ଗପୁର ଜିଲ୍ଲା ଭିତ୍ତିକ ନିଯୁକ୍ତି ପ୍ରତିଶ୍ରୁତିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତାରଣା କିନ୍ତୁ ଆଜି ଆମେ ଦୁଃଖର ସହିତ କହୁଛୁ ଯେ, ମୁଖ୍ୟମନ୍ତ୍ରୀଙ୍କ ସେହି ପ୍ରତିଶ୍ରୁତି କେବଳ ଏକ ନିର୍ବାଚନୀ ଜୁମଲା ଏବଂ ଶୂନ୍ୟ ଘୋଷଣା ବୋଲି ପ୍ରମାଣିତ ହୋଇଛି।ତାଙ୍କ ଗସ୍ତ ପରେ ବାହାରିଥିବା ବିଭିନ୍ନ ସରକାରୀ ନିଯୁକ୍ତି ବିଜ୍ଞପ୍ତିଗୁଡ଼ିକରେ ଜିଲ୍ଲା ଭିତ୍ତିକ ସଂରକ୍ଷଣ ବାବଦରେ ଗୋଟିଏ ବି ଶବ୍ଦ ନାହିଁ!ପୁଣି ସେହି ପୁରୁଣା କେନ୍ଦ୍ରୀୟ ନିଯୁକ୍ତି ପଦ୍ଧତିରେ ନିଯୁକ୍ତି ପ୍ରକ୍ରିୟା ଚାଲିଛି। ଫଳରେ ଏହି ଅପହଞ୍ଚ ଅଞ୍ଚଳର ଯୋଗ୍ୟ ପିଲାମାନେ ପୁଣି ଥରେ ବାହାର ଜିଲ୍ଲାର ପ୍ରାର୍ଥୀମାନଙ୍କ ଦ୍ୱାରା ଅତିକ୍ରମିତ ହେଉଛନ୍ତି।ନବରଙ୍ଗପୁରର ଯୁବକମାନେ ଆଶା କରିଥିଲେ ସେମାନଙ୍କ ଜିଲ୍ଲା ପାଇଁ ଅଧିକ ସୁଯୋଗ ମିଳିବ, କିନ୍ତୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧକ୍କା ଦେଲେ, ସେମାନଙ୍କ ଭାବନାକୁ ଆଘାତ ଦେଲେ।ଆମେ ଏହି ମଞ୍ଚ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଆହ୍ୱାନ ଦେଉଛୁ: ଆପଣ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ତୁରନ୍ତ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରନ୍ତୁ ଏବଂ ନବରଙ୍ଗପୁର ଜିଲ୍ଲା ପାଇଁ ନିଯୁକ୍ତିରେ ଏକ ନିର୍ଦ୍ଦିଷ୍ଟ କୋଟା ବ୍ୟବସ୍ଥା କରନ୍ତୁ। ଆଗାମୀ ଦିନ ମଧ୍ୟରେ ଏହି ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ, ନବରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଓ ଯୁବ ଛାତ୍ର ମହାସଂଘ ତରଫରୁ ଏକ ବଡ଼ ଧରଣର ଗଣ ଆନ୍ଦୋଳନ କରାଯିବ। ସଂଘ ର ସଦସ୍ୟ ଗଣ ଓ ମୁଖ୍ୟ ଉପଦେଷ୍ଟା ଶ୍ରୀ ରାଜେଶ ଜାନି ସୂଚନା ଦେଇଥିଲେ।
