ମୁଖ୍ୟମନ୍ତ୍ରୀଙ୍କ ୮୯୧. ୩୯ କୋଟିର ୩୬୧୨ ପ୍ରକଳ୍ପ ଉପହାର ୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉଦ୍ଯାପିତ
ଭବାନୀପାଟଣା, ୧୮/୧ : ୨୮ତମ କଳାହାଣ୍ଡି ଉତ୍ସବ ‘ଘୁମୁରା’ର ଉଦ୍ୟାପନୀ ଉତ୍ସବରେ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାବାସୀଙ୍କୁ ୮୯୧. ୩୯ କୋଟି ଟଙ୍କାଳ ୩୬୧୨ଟି ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ଘୋଷଣା କରିଛନ୍ତି। ଆଞ୍ଚଳିକ ବୈଷମ୍ୟ ନୁହେଁ ବରଂ ରାଜ୍ୟର ସବୁ ଜିଲ୍ଲାର ବିକାଶ ପାଇଁ ସରକାର ସଂକଳ୍ପବଦ୍ଧ ଚାଷୀ, ଯୁବବର୍ଗ ସମସ୍ତଙ୍କୁ ପ୍ରାଥମିକତା ଦେବା ସହିତ ପ୍ରଧାନମନ୍ତ୍ରୀଙ୍କ ବିକାଶ ଭି ବିରାସତ ଭି ଆହ୍ବାନକୁ ସ୍ବୀକାର କରିବାରେ ଆମ ସରକାର ଆଗରେ ଅଛନ୍ତି। ରାଜ୍ୟର ବରପୁତ୍ରମାନଙ୍କୁ ସମ୍ମାନ ଓ ସେମାନଙ୍କ ସ୍ମୃତିରକ୍ଷା କରିବା, କଳା, ସଂସ୍କୃତି ସହିତ ବିକାଶକୁ ଆଗେଇନେବା ଆମ ସରକାରଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ। କଳାହାଣ୍ଡିବାସୀଙ୍କ ଭଲ ପାଇବା ମୋତେ ଅଭିଭୂତ କରିଛି, ଏ ଜିଲ୍ଲାରୁ ଆମ ସରକାର ଅର୍ଯ୍ୟୋଦୟ ଗୃହ ଯୋଜନାର ଆରମ୍ଭକରିଥିଲା। କୃଷି ଓ ଅନ୍ୟାନ୍ୟ ପ୍ରକଳ୍ପ ସ୍ଥାପନ ସହିତ ସମସ୍ତଙ୍କ ସହଭାଗିତା ଉପରେ ଏ ଜିଲ୍ଲା ଏ ରାଜ୍ୟର ବିକାଶ ପ୍ରକ୍ରିୟା ଆହୁରି ତ୍ବରାନ୍ବିତ ହେବ ବୋଲି ସେ ନିଜ ବକ୍ତବ୍ୟରେ କହିଛନ୍ତି । ମୋ ସ୍ବପ୍ନର କଳାହାଣ୍ଡି ପାଇଁ ଆପଣମାନେ ନେତୃତ୍ବ ନେବାର ସମୟ ଆସିଛି ବୋଲି ସେ କହିଛନ୍ତି। ଖୁବଶୀଘ୍ର କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ହେବ ଜିଲ୍ଲାର ସମସ୍ୟା ସହିତ ସମାଧାନ ଦିଗରେ ରାଜ୍ୟ ସରକାର ପ୍ରୟାସ ଜାରିରଖିଛନ୍ତି ବୋଲି ସେ କହିବା ସହିତ ଜିଲ୍ଲାର ଇନ୍ଦ୍ରାବତୀ, ରାହୁଲ, ଉଡେଇ, ସନ୍ଦୁଲ ନଦୀ ଦ୍ବାରା ଜଳସେବନ ମାର୍ଗ ପ୍ରଶସ୍ତ ହେବ ଏବଂ ରାଜ୍ୟର ଏକ ନମ୍ବର ଧାନ ଉତ୍ପାଦନକାରୀ ଜିଲ୍ଲା ଭାବେ କଳାହାଣ୍ଡି ପରିଚୟ ଲାଭ କରିବ ବୋଲି ମୁଖ୍ୟମନ୍ତ୍ରୀ ବୃଢ଼େତ୍ତ୍ଵ କରିଥିଲେ।

ଏଥିରେ ଲୋକସଭା ସାଂସଦ ମାଳବିକା ଦେଓ, ରାଜ୍ୟସଭା ସାଂସଦ ସୁଜିତ କୁମାର, ସରକାରୀ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଓ ନର୍ଲା ବିଧାୟିକା ମନୋରମା ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ସଚିନ ପାୱର ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାକୁ ସୋମା ମହାପାତ୍ର ପରିଚାଳନା କରିଥିଲେ। ଜିଲ୍ଲାପାଳ ସ୍ବାଗତ ଭାଷଣ ଓ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ବରୱାନ ଧନ୍ୟବାଦ ଦେଇଥିଲେ। ରେଡ୍କ୍ରସ୍ ଭିନ୍ନକ୍ଷମ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ସଭା ପୂର୍ବରୁ ଲୋକଗାୟକ ସର୍ବେଶ୍ୱର ଭୋଇ ଓ ସାଥୀଙ୍କ ଦ୍ବାରା ସଙ୍ଗୀତ ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରେ ସହିବ ରେଣ୍ଡୋ ମାଝୀ ମଞ୍ଚରେ ମହାବୀର ସଂସ୍କୃତିକ ଅନୁଷ୍ଠାନର ଘୁମୁରା, ପ୍ରତିଭାର ସିଙ୍ଗାରି ନୃତ୍ୟ, ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ବଜାଶାଲ, କଳାବିକାଶ କେନ୍ଦ୍ରର ଓଡ଼ିଶୀ, ମୟୂରୀ ଅନୁଷ୍ଠାନ ଦ୍ବାରା ସମ୍ବଲପୁରୀଲୋକନୃତ୍ୟ ପ୍ରଦର୍ଶିତ ହୋଇଥିଲା ସଭା ପରେ ମୁଖ୍ୟମନ୍ତ୍ରୀ ମଞ୍ଚତଳେ ବସି କଳାହାଣ୍ଡର ଲୋକନୃତ୍ୟକୁ ଦେଖି ଖୁସିବ୍ୟକ୍ତ କରିଥିଲେ। ବିରଞ୍ଚି ନାରାୟଣ ମୁଣ୍ଡ ଓ ନୀହାରିକା ନାୟକ ମଞ୍ଚ ସଂଯୋଜନା କରିଥିଲେ | ସେହିପରି ପାରବା ମୁକ୍ତମଞ୍ଚରେ ବିଭିନ୍ନ ଅନୁଷ୍ଠାନ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

ବନଶ୍ରୀ ଦାଶ, ଆଶୁତୋଷ, ଧନଞ୍ଜୟ ଆରୁଷୀ, ଚନ୍ଦ୍ରଶୁ, ଶିବଦତ୍ତ ଓ ପ୍ରତାପ ମଞ୍ଚ ସଂଯୋଜନା କରିଥିଲେ ସେହିପରି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଜିଲ୍ଲାର ବିଭିନ୍ନ ବିଷୟକୁ ନେଇ ଅତ୍ୟନ୍ତ ଆକର୍ଷଣୀୟ ଡ୍ରୋନ୍ ଶେଷରେ ଷ୍ଟାର ଗାୟିକା ଅର୍ଜନା ପାଢ଼ୀ ଓ ସାଥୀଙ୍କ ଦ୍ୱାରା ମେଲୋଡି କାର୍ଯ୍ୟକ୍ରମକୁ ଲକ୍ଷଲକ୍ଷ ଲୋକେ ବିଲମ୍ବିତ ରାତିଯାଏଁ ଉପଭୋଗ କରିଥିଲେ । ମୁଖ୍ୟମନ୍ତ୍ରୀ ଆଜି ସ୍ବତନ୍ତ୍ର ବିମାନ ଯୋଗେ ସ୍ଥାନୀୟ ପୁଲିସ ରିଜର୍ଭ ପଡ଼ିଆରେ ଓହ୍ଲାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା | ସେଠାରୁ ସେ ମାଣିକେଶ୍ଵରୀଙ୍କ ବର୍ଶନ କରିବାକୁ ଯାଇଥିଲେ ତାଙ୍କ ସହିତ ରାଜ୍ୟସଭା ସାଂସଦ ଶ୍ରୀ କୁମାର, ଲୋକସଭା ସାଂସଦ ଶ୍ରୀମତୀ ଦେଓ, ଧର୍ମଗଡ଼ ବିଧାୟକ ଶ୍ରୀ ପାଟ୍ଟଯୋଷୀ ଓ କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଡ଼ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଜି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ୨୩ ପ୍ଲାଟୁନ ପୁଲିସ ନିୟୋଜିତ ଥିଲେ।
