ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାବିବାହ ପାଇଁ ମିଳିବ ୫୧ ହଜାର ଟଙ୍କା

ପୁରୀ ୧୫/୧୨ ଓଡ଼ିଶାରେ ଝିଅଙ୍କ ବିବାହ ଲାଗି ଆର୍ଥିକ ସହାୟତା ପାଇଁ ଏକ ଯୋଜନା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ନାମରେ ଲାଗୁ କରାଯାଇଛି।ଆର୍ଥିକ ଭାବରେ ଦୁର୍ବଳ ବର୍ଗ,ଗରିବଙ୍କ ପାଇଁ ନିର୍ଦ୍ଦିଷ୍ଟ ସୁବିଧା ସହିତ ସିଧାସଳଖ ବ୍ୟାଙ୍କ ସ୍ଥାନାନ୍ତର (DBT) ପାଣ୍ଠି, ବିବାହ ଉପହାର କିଟ ଦିଆଯିବ। ଯାହାର ଲକ୍ଷ୍ୟ ବିବାହ ପଞ୍ଜିକରଣକୁ ପ୍ରୋତ୍ସାହିତ କରିବା ଏବଂ ବାଲ୍ୟବିବାହକୁ ରୋକିବା।୧୮ ବର୍ଷ ରୁ ଉର୍ଦ୍ଧ୍ବ ମହିଳା ଓ ୨୧ ବର୍ଷ ରୁ ଉର୍ଦ୍ଧ୍ବ ପୁରୁଷ ପ୍ରଥମ ଥର ବିବାହ ପାଇଁ ଏହି ଅର୍ଥ ଯୋଗାଇ ଦିଆଯିବ।ସେହିପରି ବିଧବା ଙ୍କ ପୁନଃ ବିବାହ ପାଇଁ ମଧ୍ୟ ଏହି ସହାୟତା ମିଳି ପାରିବ।୩୫ ହଜାର ଟଙ୍କା କନ୍ୟା ଙ୍କ ଆକାଉଣ୍ଟ କୁ ଯିବାକୁ ଥିବା ବେଳେ ୧୦ ହଜାର ଟଙ୍କାରେ ବିବାହ ସରଞ୍ଜାମ କିଟ ଓ ୬ ହଜାର ଟଙ୍କାରେ ବିବାହ ସାଜସଜ୍ଜା କରାଯିବ।ସାଧାରଣତଃ ବୟସ/ଆୟ ପ୍ରମାଣପତ୍ର ଭଳି ଆବଶ୍ୟକୀୟ ଡକ୍ୟୁମେଣ୍ଟ ସହିତ UMANG/myScheme ପୋର୍ଟାଲ୍ ମାଧ୍ୟମରେ ଆବେଦନକାରୀ ଅନଲାଇନ୍ ମାଧ୍ୟମରେ ଆବେଦନ

କରିପାରିବେ ବୋଲି ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି।ଏହି ଯୋଜନା କୁ ପରିଚାଳନା କରିବା ନିମନ୍ତେ ବେସରକାରୀ ସଂସ୍ଥା ବା ଏନଜିଓ ଙ୍କୁ ଚୟନ କରାଯିବ।ଇଛୁକ ଏନଜିଓ ମାନେ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ କୁ ଜିଲ୍ଲା ୱ୍ବେବ ସାଇଟ www.puri.odisha.gov in ମାଧ୍ୟମରେ ଆବେଦନ କରିପାରିବେ।ଆବେଦନ ର ଶେଷ ତାରିଖ ଚଳିତ ମାସ ୨୬ ତାରିଖ ଅପରାହ୍ନ ୫ ଘଟିକା ଧାର୍ଯ୍ୟ କରାଯାଇଛି।ଆଜି ସୁଦ୍ଧା ଜିଲ୍ଲାର ୪୮ ଜଣ ଯୋଗ୍ଯ ପ୍ରାର୍ଥୀ ଚିହ୍ନଟ ହୋଇ ସାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୨ ଜଣ ସବରେଜିଷ୍ଟର କାର୍ଯ୍ୟାଳୟରେ ନାମ ପଞ୍ଜିକରଣ କରାଇ ସାରିଛନ୍ତି।

Leave a Reply

Your email address will not be published. Required fields are marked *