ବାଲ୍ୟ ବିବାହ ମୁକ୍ତିରଥ ଉଦଘାଟନ କଲେ ଜିଲ୍ଲାପାଳ

ବାଲ୍ୟ ବିବାହ ମୁକ୍ତିରଥ ଉଦଘାଟନ କଲେ ଜିଲ୍ଲାପାଳ

ନୟାଗଡ – ନୟାଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବାଲ୍ୟବିବାହ ମୁକ୍ତିରଥ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ମଧୁମିତା ରଥ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଏହି ରଥକୁ ଉଦଘାଟନ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ,ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇ° ଦେବାଶିଷ ପଟ୍ଟନାୟକ,ସିଡବ୍ଳୁସିର କର୍ମକର୍ତ୍ତା,ଗଣିଆ ଉନ୍ନୟନ କମିଟିର ସଭାପତି ଉଷା ପଟ୍ଟନାୟକ,ଶିଶୁ ସୁରକ୍ଷା କର୍ମୀ ଉପସ୍ଥିତ ଥିଲେ । ଜିଲ୍ଲାପାଳ ପତାକା ଦେଖାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ରଥ ନୟାଗଡ ଜିଲ୍ଲାର ୮ଟି ବ୍ଳକ ପରିଦର୍ଶନ କରିବ ବୋଲି ଜଣାପଡିଛି । ଏହି ଅବସରରେ ଏକ ଦସ୍ତଖତ ଅଭିଯାନରେ ସମସ୍ତ ଅତିଥି ମାନେ ନିଜର ଦସ୍ତଖତ ପ୍ରଦାନ କରିଥିଲେ । ଏହାର ମୂଳ ଲକ୍ଷ୍ୟ ଜନସାଧାରଣଙ୍କୁ ସଚେତନ କରିବାସହିତ ସଂପୂର୍ଣ୍ଣ ରୂପେ ବାଲ୍ୟ ବିବାହକୁ ବନ୍ଦକରିବା।

Leave a Reply

Your email address will not be published. Required fields are marked *