ବିଭାଗୀୟ କର୍ମକର୍ତ୍ତାଙ୍କୁ ଶିଶୁ ସୁରକ୍ଷା ତାଲିମ ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ଶିକ୍ଷକ ତାଲିମ ପ୍ରତିଷ୍ଠାନ

ପୁରୀଙ୍କ ପରିସରରେ ଜିଲ୍ଲାର ସମସ୍ତ ଶିକ୍ଷା ଅଧିକାରୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ, ଆଦର୍ଶ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଆଶ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ହଷ୍ଟେଲ ଅଧିକ୍ଷକଙ୍କୁ ଶିଶୁ ସୁରକ୍ଷା ଓ ଶିଶୁ ମାନଙ୍କ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ଆଇନ ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା। ସେ କହିଥିଲେ ଯେ, ଶିଶୁ ମାନେ ଅଧିକାଂଶ ସମୟ ବିଦ୍ୟାଳୟରେ କାଟିଥାନ୍ତି, ସେମାନଙ୍କର ମାର୍ଗ ଦର୍ଶନ, ଶିକ୍ଷା ହିଁ ଶିଶୁ ମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବାରେ ସହାୟକ ହେବ। ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଡଃ ଅଜିତ କୁମାର ମହାପାତ୍ର, ଅଧ୍ୟକ୍ଷ ଶିଶୁ କଲ୍ୟାଣ ସମିତି, ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢ଼ୀ, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହିମାଂଶୁ ଭୂଷଣ ସମର୍ଥ ପ୍ରମୁଖ ଯୋଗ ଦେଇ ଶିଶୁ ମାନଙ୍କ ସୁରକ୍ଷା ନିମନ୍ତେ ଏପରି ତାଲିମ ଅପରିହାର୍ଯ୍ୟ ବୋଲି କହିଥିଲେ। ଏହି ତାଲିମ ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ରୁଚିକା ସାମାଜିକ ସଂଗଠନର ମୁଖ୍ୟ ବେଣୁଧର ସେନାପତି, ପିକକ ର ନିର୍ଦ୍ଧେଶକ ରଞ୍ଜନ ମହାନ୍ତି ଜିଲ୍ଲା ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ପରିଚାଳକ ପ୍ରଶାନ୍ତ କୁମାରୀ ପରିଜା ଯୋଗ ଦେଇ, ଶିଶୁ ଅଧିକାର, ଡ୍ରପ ଆଉଟ ର ପ୍ରଭାବ, ଶିଶୁ ସୁରକ୍ଷା ର ବିଧାନ ସମୂହ, କିଶୋର ସ୍ୱାସ୍ଥ୍ୟ ଆଦି ବିଷୟରେ ଆଲୋକପାତ କରିଥିଲେ। ସୁରକ୍ଷା ଅଧିକାରୀ ଶୁଭ ନାରାୟଣ ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ହରେକୃଷ୍ଣ ସାହୁ, ରୋଜାଲିନ ପାତ୍ର, ବିଜୟ କୁମାର ପରିଡା, ଶକୁନ୍ତଳା ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *