ସଚେତନ ହେଲେଣି ତେଲୁଗୁ ସମ୍ପ୍ରଦାୟର ପିଲାମାନେ
ଅଦ୍ୟ ତା ୧୨/୧/୨୦୨୬ ରିଖ ସୋମବାର ଦିନ ତେଲୁଗୁ ସମ୍ପ୍ରଦାୟର ଝିଅମାନଙ୍କ ଦ୍ୱାରା ବେଳାଭୂମି ସଫେଇ ହୋଇଛି, ଅନେକ ଦିନ ଧରି ପୁରୀ ପେଣ୍ଠକଟା ଅଞ୍ଚଳରେ ବିନ୍ଦି ଇଣ୍ଟରନ୍ୟାସନଲ ସଂସ୍ଥା ସହଯୋଗରେ ଗୋପବନ୍ଧୁ ସେବା ପରିଷଦ ଅନୁଷ୍ଠାନ ତରଫରୁ କିଶୋରୀ ବାଳିକା ମାନଙ୍କୁ ନେଇ ବାୟୁମଣ୍ଡଳ ସରକ୍ଷଣ ଓ ଭୌଗୋଳିକ ପରିବର୍ତ୍ତନ ର କାରଣ ଉପରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି ତତ ସହିତ ପିଲାମାନଙ୍କ ମଧ୍ୟରେ କ୍ଳାଇମେଟ ଲିଡ଼ର ମଧ୍ୟ ଚୟନ କରାଯାଇ ପରିବେଶକୁ ସୁରକ୍ଷିତ ରଖିବା

ପାଇଁ ସେମାନେ କିପରି ଆଗଭର ହେବେ ଓ ପ୍ଲାଷ୍ଟିକ ମୁକ୍ତ ଅଞ୍ଚଳ ଗଠନ କରିବା ପାଇଁ ଆଗେଇ ଆସିବେ ଚେଷ୍ଟା ଜାରି ରହିଛି, ଆଜି ସେହି କ୍ଳାଇମେଟ ଲିଡ଼ର ମାନେ ନିଜ ଅଞ୍ଚଳର କିଶୋରୀ ବାଳିକା ଓ ତାଙ୍କର ମା ମାନଙ୍କୁ ନେଇ ସମୁଦ୍ରକୁଳ ଅଞ୍ଚଳର କିଛିସ୍ଥାନ ସଫେଇ କରିବା ସହ ନିଜ ହାତରେ ପୋଷ୍ଟର ତିଆରି କରି ଅଞ୍ଚଳରେ ଥିବା ଲୋକମାନଙ୍କୁ ସଚେତନ କରାଇଥିଲେ।
