ସରକାରୀ ଉଚ୍ଚ ବିଦ୍ୟାଳୟ ଗଁଦିଆରେ ଶିଶୁ ଦିବସ ପାଳିତ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକର‌ ସରକାରୀ ଉଚ୍ଚ ବିଦ୍ୟାଳୟ ଗଁଦିଆ ଠାରେ ଶିଶୁ ଦିବସ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୁରଲୀଧର ସାହୁଙ୍କ ଅଧ୍ୟକ୍ଷତାରେ ନଭେମ୍ବର ମାସ‌‌ ଚଉଦ ତାରିଖ ପୂର୍ବାହ୍ନରେ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଉକ୍ତ ବିଦ୍ୟାଳୟର ମୋ ସ୍କୁଲ୍ ଅଭିଯାନର ସଭାପତି ତଥା ପ୍ରାକ୍ତନ ସ୍ବତନ୍ତ୍ର ବିଚାରପତି ସିବିଆଇ ଭିକାରୀ ଚରଣ ରାଉତ ଉପସ୍ଥିତ ହୋଇ ଛାତ୍ର ଛାତ୍ରୀମାନଙ୍କୁ ମଣିଷ ପରି ମଣିଷ଼ ହେବା ପାଇଁ ଆହ୍ୱାନ ଦେଇଥିଲେ। ଉକ୍ତ ବିଦ୍ୟାଳୟ‌ ପୁରାତନ ଛାତ୍ର ହିସାବରେ ଅତିତର‌ ସ୍ମୃତି ପରଖିଥିଲେ।ସମ୍ମାନୀତ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ‌ ହରିହର ସାହୁ ବିଦ୍ୟାଳୟର ଅତିତ ଇତିହାସର ଜ୍ଵଳନ୍ତ ଉଦାହରଣ ଦେଇ ବିଦ୍ୟାଳୟ ଅନେକ ସୁଛାତ୍ରଛାତ୍ରୀ ସୃଷ୍ଟି କରିବାର ଉଦାହରଣ ଦେଇ ସମାଜ ଗଠନ ଦିଗରେ ଛାତ୍ର ଛାତ୍ରୀମାନେ ଭୂମିକା ଗ୍ରହଣ କରିବାପାଇଁ ପରାମର୍ଶ ଦେଇଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ଡଃ ଦେବୀପ୍ରସାଦ ମିଶ୍ର ଚାଚା ନେହେରୁ ଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ପରିବେଶବିତ୍ ଉପେନ୍ଦ୍ର କୁମାର ରାଉତ ଉପସ୍ଥିତ ହୋଇ ନେହେରୁ ଙ୍କ ତ୍ୟାଗପୂତ ଜୀବନ ଉପରେ ଆଲୋଚନା କରିଥିଲେ। ସମ୍ମାନୀତ ଅତିଥି ଶ୍ରୀ ସାହୁ ଶିଶୁ ଦିବସ ଉପଲକ୍ଷେ ଓଡ଼ିଆ ଭାଷାରେ ଶିଶୁ ଦିବସ କବିତା ପାଠ କରିଥିବା ବେଳେ ଇଂରାଜୀ ଭାଷାରେ ଡ଼ଃ ମିଶ୍ର ଶିଶୁ ଦିବସ ଉପଲକ୍ଷେ କବିତା ପାଠ କରିଥିଲେ । ଏହି ଉତ୍ସବରେ ମାଟ୍ରିକ ପରୀକ୍ଷାରେ ଜିଲ୍ଲା ଟପ୍ପର ପାର୍ଥ ସାରଥି ଖିଲାର ବିଦ୍ୟାଳୟର ଏ୧ ର ଦୁଇ ଛାତ୍ରୀ ସ୍ୱାଗତିକା ଧଳ ଓ ସ୍ବୟମ ଶ୍ରୀ ପୃଷ୍ଟିଙ୍କୁ ମାନପତ୍ର , ଅର୍ଥରାଶି ଓ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ମନୋଜ କୁମାର ସ୍ଵାଇଁ ଉଦ୍ ବୋଧନ ଦେଇଥିଲେ ଓ ଶିକ୍ଷୟିତ୍ରୀ ଅର୍ଚ୍ଚନା ସାହୁ,ନିହାରିକା ପାତ୍ର, ନିବେଦିତା ପାତ୍ର, ସ୍ବାତି ମିଶ୍ର, ମାମିନା ପୃଷ୍ଟି,ମଧୁଲିକା ରାଉଳ ଶିକ୍ଷକ ନିର୍ମଳ ସାହୁ, କୋଦଣ୍ଡ ସାହୁ, ସନ୍ତୋଷ କୁମାର ପୃଷ୍ଟି, ବଳରାମ ରାଉତ, ପ୍ରକାଶ କୁମାର ନାୟକ , ଦୁଷ୍ମନ୍ତ ସେଠୀ, ଚିରଞ୍ଜିବୀ ଦାଶ ଓ ସୁଜାତା ସ୍ବାଇଁ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *