ଊତ୍କଳ ବାଳାଶ୍ରମରେ ଶିଶୁ ଦିବସ ପାଳିତ

ପୁରୀ ୧୪/୧୧ ଶିଶୁ ହସିଲେ ଦୁନିଆ ହସେ। ଆଉ ପ୍ରତିଟି ଶିଶୁ ମଧ୍ୟରେ ପ୍ରତିଭା ପୁରି ରହିଛି।ଏହି ପ୍ରତିଭାର ଉନ୍ମେଷ ପାଇଁ ପ୍ରତ୍ୟେକ ଉଦ୍ୟମ କରିବାକୁ ଶିଶୁ ଦିବସରେ ଆହ୍ଵାନ ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ।ଆଜି ପୂର୍ବାହ୍ନରେ ଉତ୍କଳ ବାଳାଶ୍ରମ ପରିସରରେ ଶିଶୁ ଦିବସ ପାଳିତ ହୋଇଥିଲା।

ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ଯୋଗ ଦେଇ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଶିଶୁ ମାନଙ୍କୁ ଅତ୍ୟନ୍ତ ସ୍ନେହ କରୁଥିବାରୁ ତାଙ୍କ ଜନ୍ମ ଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଉଛି।ତେଣୁ ପିଲା ମାନଙ୍କର ସର୍ବାଙ୍ଗୀନ ବିକାଶ ଓ ଉନ୍ନତି ପାଇଁ ପ୍ରତ୍ୟେକ ଚେଷ୍ଟିତ ହେବାକୁ ସେ ପରାମର୍ଶ ଦେଇଥିଲେ।ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଅଜିତ କୁମାର ମହାପାତ୍ର ଶିଶୁ ମାନେ ଦେବଶିଶୁ।ସେମାନଙ୍କ ଉପଯୁକ୍ତ ପରିଚର୍ଯ୍ୟା,ଲାଳନପାଳନ,ଚରିତ୍ର ଗଠନ ଓ ଶୃଙ୍ଖଳା ରକ୍ଷା ରେ ପ୍ରତ୍ୟେକ ବ୍ରତୀ ହେବାକୁ ଆହ୍ୱାନ ଦେଇଥିଲେ।ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ରେଡ଼କ୍ରସ ର ବରିଷ୍ଠ ସଦସ୍ୟ ଜୟନ୍ତୀ ମହାପାତ୍ର, ବାଳାଶ୍ରମର ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ।

ପରେ ସମସ୍ତ ପିଲା ମାନଙ୍କୁ ପୋଷାକ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।ପିଲାମାନେ ଆଜି ଜିଲ୍ଲା ପ୍ରଶାସନ ର ସହଯୋଗ ରେ ସୁଆଣ୍ଡୋ ସ୍ଥିତ ଗୋପବନ୍ଧୁ ସ୍ମୃତି ପୀଠ ବୁଲିଥିଲେ।

Leave a Reply

Your email address will not be published. Required fields are marked *