ମିଶ୍ରିତ ଉଚ୍ଚତ୍ତର ମାଧ୍ୟମିକ ବିଦ୍ୟାଳୟ, ଖୋର୍ଦ୍ଧା ରୋଡ ପକ୍ଷରୁ ଶିଶୁ ଦିବସ ପାଳିତ

ଜଟଣୀ ତା ୧୪-୨୦୨୫ ପୂର୍ବ ତଟ ରେଳପଥ ଖୋର୍ଦ୍ଧା ରୋଡ଼ ସ୍ଥିତ ମିଶ୍ରିତ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଶିଶୁ ଦିବସ ପାଳନ ଅବସରରେ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ଶିଶୁ ଉତ୍ସବ ପ୍ରାରମ୍ଭରେ ପ୍ରଥମ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ଜବାହର ଲାଲ ନେହୁରୁ ଙ୍କ ଜୟନ୍ତୀ ଅବସରେ ତାଙ୍କର ଫଟୋ ଚିତ୍ରରେ ଅତିଥି ମାନେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ସବିତା କୁମାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥିଭାବେ ବିଦ୍ୟାଳର ଅଧ୍ୟାପକ ଜି. ବିନୟ ଭୂଷଣ ଓ ପ୍ରଭାକର ପଣ୍ଡା ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଵା ସହ ବିଦ୍ୟାଳୟ ଓ ଅନ୍ତଃ ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଅନ୍ତଃ ବିଦ୍ୟାଳୟ ବକ୍ତୃତାରେ ଆଦର୍ଶ ବିଦ୍ୟାଳୟ ଜଟଣୀର ପ୍ରଯ୍ୟକ୍ତ ପ୍ରିୟ ଦର୍ଶିନୀ ମହାପାତ୍ର, ରେଲୱେ ସ୍କୁଲ ର ସ୍ୱାଧୀନ ପାହି, ଶିଶୁ ମନ୍ଦିର ଜଟଣୀ ର ଅର୍ଚନା ସାହୁ, ନୃତ୍ୟ ରେ ସାଇପ୍ରିୟା ପରିଜା ରେଲୱେ ସ୍କୁଲ, କୌତୁକ ପୋଷାକରେ ରେଲୱେ ସ୍କୁଲର ଆଶୁତୋଷ ମହତ, ଜି ଲାଭନ୍ୟା, ତମନ

ପରବୀନ ପ୍ରମାଣ ପତ୍ର ସହ ଆର୍ଥିକ ରାଶି ଦ୍ୱାରା ପୁରସ୍କୃତ ହୋଇ ଥିଲେ।ଏହି ଅବସରରେ ବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀ ମାନଙ୍କ ଖାଦ୍ୟ ମେଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ସବୁଜ, ଧଳା, ଲାଲ ଓ ନୀଳ ରଙ୍ଗରେ ନାମିତ ବିଭାଗରେ ଛାତ୍ର ଛାତ୍ରୀ ମାନେ ଚାରୋଟି ଦୋକାନରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ଛାତ୍ର ଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବିକ୍ରି କରୁଥିବାର ଦେଖା ଯାଇଥିଲା। ଏହି ଖାଦ୍ୟ ମେଳା ରେ ପିଲାମାନେ ମଜା ନେଉଥିବାବେଳେ କିପରି ବାଣିଜ୍ୟ ବେପାର କରାଯାଏ ତାର ଅନୁଭୂତି ଅର୍ଜନ କରିଥିଲେ। ଅନୁଷ୍ଠିତ ଉତ୍ସବରେ ଦୀପକ କୁମାର ଦେ ମଞ୍ଚ ସଂଯୋଜନା କରିଥିବାବେଳେ ଶିକ୍ଷୟିତ୍ରୀ ସୁପ୍ରଭା ସାହୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କୁନି କୁନି ପିଲାମାନେ ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କର�

Leave a Reply

Your email address will not be published. Required fields are marked *