ମହା ସମାରୋହରେ ଶିଶୁ ଦିବସ ପାଳିତ

ବଡ଼ଚଣା: ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଚଣ୍ଡିଖୋଲ ସ୍ଥିତ ଡିୟୁ ପବଲିକ୍ ସ୍କୁଲ ପରିସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଶିଶୁ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କଳା, ହସ୍ତଶିଳ୍ପ, ଏବଂ ବିଞାନ ପ୍ରଦର୍ଶନୀ ଓ କୁନିକୁନି ପିଲାମାନଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା।ଓଡିଶାର ପାରମ୍ପରିକ ପିଠାପଣା କୁନିକୁନି ପିଲାଙ୍କ ମା ମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇ ଅବିଭାବକ ମାନଙ୍କୁ ପରିବେସଣ କରାଯାଇଥିଲା।ଏହି ଉତ୍ସବରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପଦାର୍ଥ ବିଞାନର ସହକାରୀ ପ୍ରାଧ୍ୟାପକ ଡ.କମଳା କାନ୍ତ ଜେନା ଯୋଗ ଦେଇ ଛାତ୍ରଛାତ୍ରୀମାନେ ଗୁରୁଜନମାନଙ୍କୁ ସମ୍ମାନ ଦେବା ଓ ବିଞାନର ପାରଦର୍ଶିତା ବୁଝିପାରିଲେ ସମାଜର ମଙ୍ଗଳ ହେବ ବୋଲି ମତବ୍ୟକ୍ତ କରିଥିଲେ।ମୂଖ୍ୟ ବକ୍ତା ଭାବେ ଉତ୍କଳ ବିଶ୍ୱ ବିଦ୍ୟାଳୟର ଡ. ରଞିତ୍ ମହାପାତ୍ର ସମ୍ମାନୀତ ଅତିଥି ଭାବେ ଇଂ ସତ୍ୟଜିତ୍ ମହାପାତ୍ର, ସମାଜସେବୀ ସ୍ନିଗ୍ଧା ଦାଶ,ବିଶିଷ୍ଟ ଶିକ୍ଷାବିତ୍ ତଥା ବିଦ୍ୟାଳୟର ନିର୍ଦ୍ଧେଶକ ଡ. ବିଶ୍ୱଜିତ୍ ମହାପାତ୍ର ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ।ବିଦ୍ୟାଳୟର ଅଧକ୍ଷା ଡ. ସୁଜାତା ମହାପାତ୍ର,ଉପାଧକ୍ଷା ଡ. ରାଜଶ୍ରୀ ମହାପାତ୍ର, ଏହି କାର୍ଯ୍ୟକ୍ରମରେ ଭାଗନେଇ ପିଲାମାନଙ୍କୁ ଉତ୍ସାହିତ କରିବା ସହିତ ଶିଶୁ ଦିବସର ମହାତ୍ମ୍ୟ ସମ୍ପର୍କରେ ସାରଗର୍ଭକ ବକ୍ତବ୍ୟ ଉପସ୍ଥାପନ କରିଥିଲେ।ଶିଶୁ ଦିବସର ସଂଯୋଜକ ସ୍ମୃତି ରଞନ ଗାହାଣ, ବିନ୍ଦୁରେଖା ମଲ୍ଲିକ ଓ ରିନା ସାହୁ ଛାତ୍ରଛାତ୍ରୀ ମାନଙ୍କ ପ୍ରକଳ୍ପ ଓ କଳାକୁ ସଠିକ ଭାବେ ପରିଚାଳନା କରିଥିଲେ।ବିଦ୍ୟାଳୟର ଶିକ୍ଷୟିତ୍ରୀ ମୈତ୍ରୀ ହୋତା, ବନ୍ଦିତା ମିଶ୍ର,ଲିପ୍ସା ସ୍ୱାଇଁ,ବବିତା ଜେନା, ବନିତା ବିଶ୍ୱାଳ ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜ୍ୟାେତି ରଞନ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ନଳିନୀ କାନ୍ତ ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *