ପୋଡ଼ାପାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିଶୁ ମହାଉତ୍ସବ ‘

କାଶୀପୁର:  କାଶୀପୁର ବ୍ଲକ ପୁଡା ପାଡ଼ି ପ୍ରାଥମିକ ବିଦ୍ୟାଳୟ ରେ ଶିଶୁମାନଙ୍କ ନିଜର ଗୁଣ, କଳା ଓ ଦକ୍ଷତାକୁ ମଞ୍ଚ ଦେବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଥିବା ‘ସୁରଭି’ ଶିଶୁ ମହାଉତ୍ସବ ଆଜି ପୋଡ଼ାପାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ  ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।କାଶୀପୁର ବ୍ଲକର ୧୪ଟି ବିଭିନ୍ନ ସ୍କୁଲର ଛାତ୍ର–ଛାତ୍ରୀମାନେ ଏହି ଅବସରରେ ଯୋଗଦେଇ ନାଚ–ଗୀତ, କବିତା, ନାଟକ ଓ ଅନ୍ୟାନ୍ୟ ସାସ୍କୃତିକ କାର୍ଯ୍ୟକ୍ରମରେ ନିଜ ଦକ୍ଷତା ଦେଖାଇ ଦର୍ଶକମାନଙ୍କ ହୃଦୟ ଜିତିଥିଲେ।ଏହି ଅବସରରେ ଆଦିତ୍ୟ ଆଲୁମିନା ରିଫାଇନେରିର ସିଏସଆର (CSR) ବିଭାଗ ଓ ପ୍ରୋଜେଟ ମାନବ ସମ୍ପଦ (HR) ବିଭାଗ ର ପଦାଧିକାରୀମାନେ ବିଶେଷ ଅତିଥି ଭାବେ ଯୋଗଦେଇ ଥିଲେ।ଅତିଥିମାନଙ୍କ ମଧ୍ୟରେ ସିଏସଆର ଆସିଷ୍ଟାଣ୍ଟ ଅଫିସର ବିଶ୍ୱମହେନି ମହାନ୍ତି, ସିଏସଆର ଆସିଷ୍ଟାଣ୍ଟ ମେନେଜର ବସନ୍ତ ପାଣିଗ୍ରାହୀ,   ପ୍ରୋଜେଟ  HR  ପ୍ରଶାନ୍ତ ଗୁପ୍ତା ଙ୍କ ସହ ସିଏସ ଆର ର କର୍ମକର୍ତ୍ତା ଉପସ୍ଥିତ ଥିଲେ।ସେମାନେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ଶିକ୍ଷା, ସୁଚିତ, ଓ ସାମାଜିକ ଜିମ୍ମେଦାରୀ ଉପରେ ଉତ୍ସାହଦାୟକ ଅଭିଭାଷଣ ରଖିଥିଲେ।ଅନୁଷ୍ଠାନ ଶେଷରେ ଆଦିତ୍ୟ ଆଲୁମିନା ପକ୍ଷରୁ ଦକ୍ଷ ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ଓ ପୁରସ୍କାର ଦେଇ ସମ୍ମାନିତ କରାଯାଇଥିଲା।ସେଥିସହ ଆଦିତ୍ୟ ଆଲୁମିନା ପକ୍ଷରୁ ଶିକ୍ଷା, କଳା ଓ ସଂସ୍କୃତି ଖେତ୍ରରେ ଆଗାମୀଦିନରେ ସ୍କୁଲଗୁଡ଼ିକୁ ସହଯୋଗ ଓ ପ୍ରୋତ୍ସାହନ ଜାରି ରହିବ ବୋଲି ଜଣାଇଥିଲେ।ଅନେକ ଶିକ୍ଷକ–ଶିକ୍ଷୟତ୍ରୀ, ଅଭିଭାବକ ଓ ସ୍ଥାନୀୟ ବାସିନ୍ଦାମାନେ ଉପସ୍ଥିତ ଥିବା ଏହି ଆନନ୍ଦମୟ ଅବସର ଶିଶୁମାନଙ୍କ ପାଇଁ ଅଭିସ୍ମରଣୀୟ ଦିନ ହୋଇ ରହିଲା।ସମାପନୀ ଅନୁଷ୍ଠାନରେ ସ୍କୁଲ ପକ୍ଷରୁ ଅତିଥିମାନଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ଶେଷ କରାଯାଇଥିଲା।

Leave a Reply

Your email address will not be published. Required fields are marked *