ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପୁରୁଣା ବଜାର ଭଦ୍ରକ ରେ ଶିଶୁମେଳା
-୧୪-୦୧-୨୦୨୪(ରବିବାର)ଶିକ୍ଷା ବିକାଶ ସମିତି, ଓଡିଶା ଙ୍କ ଯୋଜନା ଅନୁସାରେ ସରସ୍ୱତୀଶିଶୁବିଦ୍ୟାମନ୍ଦିର ପୁରୁଣା ବଜାର ଭଦ୍ରକ ର ଶିଶୁ ବାଟିକା ବିଭାଗ ରଶିଶୁମେଳା ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଶିଶୁମେଳାକାର୍ଯ୍ୟକ୍ରମ ଶିଶୁ ବିଦ୍ୟାମନ୍ଦିର ର ସଭାପତି ଶ୍ରୀଯୁକ୍ତ ବିଜୟ କୁମାର ବହଳୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଥିଲା ମୁଖ୍ୟ ଅତିଥି ଶ୍ରୀମତୀ ସତ୍ୟଭାମା ଦାସ ବରିଷ୍ଠ ଅଙ୍ଗନବାଡି କର୍ମୀ ଉପସ୍ଥିତ ହୋଇଶିଶୁ ମାନେ ବାଲ୍ୟ କାଳର ନିଜର ପ୍ରତିଭା ଗୁଡିକୁ ପ୍ରଦର୍ଶନ କଲେ ଭବିଷ୍ୟତ ରେଶ ଜଣେ ଉତ୍ତମ ନାଗରିକ ହୋଇପାରିବେ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥି ଭାବରେ ଭଦ୍ରକ ଆଇନଜୀବୀ ସଂଘର ବରିଷ୍ଠ ଆଇନଜୀବୀ ଶ୍ରୀ କମଳକାନ୍ତ ରାଉତଯୋଗଦାନ କରିବା ସହିତ ପରିଚାଳନା ସମିତିର ସମ୍ପାଦକ ଶିବଶଙ୍କର ଦାସ,କୋଷାଧ୍ୟକ୍ଷ ଶ୍ରୀମତୀ ଶକୁନ୍ତଳା ଦାସ,ସଦସ୍ୟ ଶ୍ରୀ ପ୍ରଶାନ୍ତ କୁମାର ସାହୁ ଉପସ୍ଥିତ ରହିଥିଲେ।ବିଦ୍ୟାଳୟ ର ପ୍ରଧାନଆଚାର୍ଯ୍ୟ ଶ୍ରୀ ମଦନ ମୋହନ ମହାନ୍ତ ଶିଶୁମେଳା ର ଆଭିମୁଖ୍ୟ କହିବା ସହିତସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସେବାବ୍ରତୀ ଆଚାର୍ଯ୍ୟ ଶ୍ରୀ ମନ୍ଦରଧର ସାହୁ ସଭାକାର୍ଯ୍ୟ ସଂଯୋଜନା କରିବା ସହିତ ଗୋବିନ୍ଦ ଚନ୍ଦ୍ର ପତି ସମସ୍ତ ଅତିଥି ମାନଙ୍କର ପରିଚୟ ପ୍ରଦାନ ଓ ଅଚ୍ୟୁତାନନ୍ଦ ପଣ୍ଡା ସମସ୍ତ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।ବିଦ୍ୟାଳୟ ର ସମସ୍ତ ସେବାବ୍ରତୀ ଓ ଅଭିଭାବକ ଅଭିଭବିକା ମାନଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା।
ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ରିପୋର୍ଟ
