ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

କାକଟପୁର ବ୍ଲକ ଅନ୍ତର୍ଗତ ବଲିଦୋକାନ ବଟେଶ୍ୱର ନୋଡାଲ ବିଦ୍ୟାଳୟରେ ସୋମବାର ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ କ୍ଳଷ୍ଟର ସଂଯୋଜିକା ସିଆରସିସି ଶ୍ରୀମତୀ ସସ୍ମିତା ତ୍ରିପାଠୀଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ରାୟ ଶୁଭ ଉଦ୍ଘାଟନ କରିଥିଲେ। ଏହି କ୍ଲଷ୍ଟର ଅନ୍ତର୍ଗତ ୧୦ଟି ପ୍ରଥମିକ ଓ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ। ୧୮ଟି ବିଭାଗରେ ପ୍ରାୟ ୧୫୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଯୋଗ ଦେଇ ନିଜର ଦକ୍ଷତା ପ୍ରତିପାଦନ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଅନ୍ତର୍ନିହିତ ଶକ୍ତିର ବିକାଶ ପାଇଁ ଆୟୋଜନ ହେଉଥିବା ଏହି ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମରେ ୫୪ଜଣ ଛାତ୍ର ଛାତ୍ରୀ ଓ ଦଳ ବିଜେତା ହୋଇ ପୁରସ୍କୃତ ହୋଇଛନ୍ତି। ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତ୍ୟେକ ବିଭାଗର କୃତି ପ୍ରତିଯୋଗୀ ମାନେ ବ୍ଳକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ରେ ଭାଗ ନେବାକୁ ମନୋନୀତ ହୋଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଅତିଥି ଭାବେ ବାଲିଦୋକାନ ମେଡ଼ିକାଲ ଆୟୁଷ ଡାକ୍ତର ସୌମ୍ୟକାନ୍ତ ପଣ୍ଡା, ବ୍ଳକ୍ ସହ ଶିକ୍ଷା ଅଧିକାରୀ ମନୋରମା ବିଶ୍ଵାଳ, ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ରାୟ, ସାମ୍ବାଦିକ ପ୍ରକୃତି ବନ୍ଧୁ ଜ୍ଞାନ ରଞ୍ଜନ ବିଶ୍ଵାଳ, ଆଦର୍ଶ ବିଦ୍ୟାଳୟ ଶିକ୍ଷକ ଫିଲୁ ଦଳାଇ ପ୍ରମୁଖ ଯୋଗ ଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ଡାକ୍ତର ସୌମ୍ୟକାନ୍ତ ପଣ୍ଡା ମିଲେଟ୍ ଓ ପୋଷଣ ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷଣ ବକ୍ତବ୍ୟ ପ୍ରଦାନ କରିଥିଲେ। ସିଆରସିସି ଶ୍ରୀମତୀ ସସ୍ମିତା ତ୍ରିପାଠୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଶିକ୍ଷକ ବିପିନ ବିହାରୀ ନନ୍ଦୀ, ସୁଦର୍ଶନ ପଣ୍ଡା, ତପନ ପାଢ଼ୀ, ବିଶ୍ୱଜିତ୍ ରାଉତରାୟ, ଶିକ୍ଷୟତ୍ରୀ ଲକ୍ଷ୍ମୀପ୍ରିୟା ମୁଦୁଲି, ପୁଷ୍ପା ବିଶ୍ବାଳ, ରାଜଶ୍ରୀ ଦାଶ, ଦୀପ୍ତି ରାଣୀ ଦାସ, ସିଲା ମହାନ୍ତିଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *