ତାଇଓ୍ବାନ ସୀମାରେ ଚାଇନା ସୈନ୍ୟ: ଚେତାବନୀ ଦେଲା ଆମେରିକା

ତାଇପେ/ବେଜିଂ,୮।୪ : ତାଇୱାନ ରାଷ୍ଟ୍ରପତିଙ୍କ ଆମେରିକା ଗସ୍ତରେ କ୍ରୋଧିତ ହୋଇ ଚାଇନା ପୁଣିଥରେ ସାମରିକ ଅଭ୍ୟାସ କରିବାକୁ ଘୋଷଣା କରିଛି। ଏଥି ସହିତ, ବର୍ତ୍ତମାନ ଆମେରିକାର ତାଇୱାନର ସୈନ୍ୟବାହିନୀଙ୍କୁ ତାଲିମ ଦେବା ଏବଂ ଅସ୍ତ୍ରଶସ୍ତ୍ର ବିତରଣକୁ ତ୍ୱରାନ୍ବିତ କରିବାକୁ ପ୍ରତିଶ୍ରୁତି ଦେଇଛି। ଚାଇନା ୩ ଦିନ ପାଇଁ ସାମରିକ ଅଭ୍ୟାସ ଆରମ୍ଭ କରିଛି ।

ଚାଇନା ଏପରି ଘୋଷଣା କରିଛି ଯେଉଁ ସମୟରେ ତାଇୱାନର ରାଷ୍ଟ୍ରପତି ତାଇ ଇଙ୍ଗ-ୱେନ ଆମେରିକା ଗସ୍ତରୁ ଫେରିଛନ୍ତି। ଆମେରିକାରେ ସେ ଆମେରିକା ହାଉସର ବାଚସ୍ପତିଙ୍କୁ ଭେଟିଥିଲେ। ଏହାର କଡ଼ା ଜବାବ ଦୋବକୁ ଚାଇନା ଏଭଳି କରିଛି।
ଏହି ସାମରିକ ଅଭ୍ୟାସରେ ଚାଇନା ନିଜର ଯୁଦ୍ଧ ବିମାନକୁ ତାଇୱାନର ସାମୁଦ୍ରିକ ସୀମା ଚାରିପାଖରେ ଏବଂ ଯୋଜନା ଅନୁଯାୟୀ ତାଇୱାନର ଉତ୍ତର, ଦକ୍ଷିଣ ଏବଂ ପୂର୍ବରେ ଅଭ୍ୟାସ କରିବ। ଏହି ଅଭ୍ୟାସ ମାଧ୍ୟମରେ ଚାଇନ ତାଇୱାନକୁ ନିଜର ସାମରିକ ଶକ୍ତି ଦେଖାଇବା ସହିତ ଯୁଦ୍ଧ ବିଷୟରେ ଚେତାବନୀ ଦେବାକୁ ଚାହୁଁଛି। ମାତ୍ର ଆମେରିକା ଏନେଇ ଚାଇନାକୁ ଚେତାବନୀ ଦେଇଛି। ଶାନ୍ତି ସ୍ଥିତି ବଜାୟ ରଖିବାକୁ ଆମେରିକା କହିଛି।

Leave a Reply

Your email address will not be published. Required fields are marked *