ଚିତ୍ରେଶ୍ୱରୀ ସେବା ସମବାୟ ସମିତି ପକ୍ଷରୁ ସରକାରୀ ଧାନ କ୍ରୟ ଆରମ୍ଭ

କୋଣାର୍କ- କାକଟପୁର ବ୍ଲକ ଅନ୍ତର୍ଗତ ଚିତ୍ରେଶ୍ୱରୀ ସେବା ସମବାୟ ସମିତି ପକ୍ଷରୁ ଗୁରୁବାର ଧାନ ମଣ୍ଡି ଖୋଲା ଯାଇଛି। ଧାନ ମଣ୍ଡିରେ ସରକାରୀ ଧାନ କ୍ରୟ ଶୁଭ ଆରମ୍ଭ ହୋଇଛି। ସମିତି ସମ୍ପାଦକ ତଥା ଯୁବ ଲେଖକ ଶଶି ଭୂଷଣ ମିଶ୍ରଙ୍କ ତତ୍ତ୍ଵାବଧାନରେ ଧାନ ମଣ୍ଡିରେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯାଇ ମିଲର ମାଧ୍ୟମରେ ସରକାରଙ୍କ ଦ୍ଵାରା ଧାନ କ୍ରୟ କରାଯାଉଛି। ଖରିଫ ଫସଲ ସଂଗ୍ରହ ନିମନ୍ତେ ଏହି ସମିତି ଅନ୍ତର୍ଗତ ୩୨୮ ଜଣ ଧାନ ଚାଷୀ ପଞ୍ଜିକରଣ କରିଥିବା ବେଳେ ତାଙ୍କ ଠାରୁ ୨୦୦୦ ରୁ ଉର୍ଦ୍ଧ୍ବ କୁଇଣ୍ଟାଲ ଧାନ କ୍ରୟ କରାଯିବ। ଚାଷୀଙ୍କୁ ଉଚିତ୍ ମୂଲ୍ୟ ସହ ସରକାରୀ ଇନପୁଟ ସହାୟତା ଯୋଗାଇ ଦିଆ ଯାଉଛି। ଏଥି ସହିତ ଚାଷୀଙ୍କ ପାଇଁ ମଣ୍ଡିରେ ସମିତି ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ବ୍ୟବସ୍ଥା କରାଯାଇଛି। ଆଜିର ଏହି ଧାନ ମଣ୍ଡି ଶୁଭ ଉଦଘାଟନ ଅବସରରେ ସମିତି ସଭାପତି ଲକ୍ଷ୍ମୀଧର ବେହେରା, ସୁପରଭାଇଯର ଚନ୍ଦନ ବାରିକ, ବୋର୍ଡ ସଭ୍ୟ ପରମାନନ୍ଦ ସେନାପତି, ବିଜୟ ସ୍ବାଇଁ, ଯୁଗଳ ବେହେରା, ସହ ସମ୍ପାଦକ ସୁମନ୍ତ ନାୟକ ଓ କର୍ମଚାରୀ ମନୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ଧାନ କ୍ରୟରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *