ଚୋଲା ଫାଇନାନ୍ସ ର ମନମାନି ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଗ୍ରାହକ

:ଚୋଲା ଫାଇନାନ୍ସ ର କର୍ମଚାରୀ ଙ୍କ ଧମକ, ଗୁଣ୍ଡାଗର୍ଦୀ ଯୋଗୁଁ ଜଣେ ଗ୍ରାହକ ଫାଇନାନ୍ସ କାର୍ଯ୍ୟାଳୟ ରେ ଧାରଣା ଦେଇ ବସିଥିବା ଦେଖିବାକୁ ମିଳିଛି | ଗ୍ରାହକ ଜଣକ ହେଲେ ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ର ରଂଜିତ କୁମାର |ସୂଚନା ଅନୁଯାଇ :24/3/2021ତାରିଖ ରେ ଉମରକୋଟ ଚୋଲା ଫାଇନାନ୍ସ ଶାଖାରୁ ଏକ ଟାଟା ଅଲଟ୍ରା ଟ୍ରକ ଫାଇନାନ୍ସ କରାଇଥିଲେ | ସେହି ଗାଡିର ମାସିକ କିସ୍ତି 42850/ଟଙ୍କା ପ୍ରତ୍ୟେକ ମାସ 28ତାରିଖ ରେ ପୈଠ କରିବାକୁ କୁହାଯାଇଥିଲା |

ଠିକ ସମୟରେ କିସ୍ତି ନ ବାନ୍ଧି ପାରିଲେ ମଧ୍ୟ 5,6ଦିନ ବ୍ୟବଧାନରେ ସେତିକି ଦିନର ଫାଇନ ସହ ରଂଜିତ ଚୋଲା ଫାଇନାନ୍ସ ରେ ଟଙ୍କା ପୈଠ କରନ୍ତି | କିନ୍ତୁ ଗତ କିଛି ଦିନ ତଳେ ତାଙ୍କ ଗାଡି ଏକ ଭଡା ବାବଦ ରେ ରାଇପୁର ଯାଇଥିବା ବେଳେ ସେଠାରେ କିଛି ସିଜର ଗାଡିଟିକୁ ଅଟକାଇ ସିଜ କରିଦେଇଥିଲେ | ପରେ ରଂଜିତ କୁମାର କିସ୍ତି ଟଙ୍କା ପୈଠ କରିବାରୁ ଗାଡି ଦେଇଥିଲେ | କିଛି ଦିନ ଗଲାପରେ ଜୟପୁର ଚୋଲା ଫାଇନାନ୍ସ ର ଜଣେ କର୍ମଚାରୀ ଅରୁଣ କୁମାର ଜେନା ଯିଏକି ଜଣେ ଓକିଲ ର ପରିଚୟ ଦେଇ ରଂଜିତ ଙ୍କୁ କିସ୍ତି ଟଙ୍କା ତୁରନ୍ତ ପୈଠ ନ କଲେ କୋର୍ଟ ରେ କେସ କରିଦେବି ବୋଲି ଧମକ ଦେଇଥିଲେ | ଏହା ଶୁଣି ରଂଜିତ ଭୟରେ ଉମରକୋଟ ର ଜଣେ ଓକିଲ ର ପରାମର୍ଶ ନେଇଁ ତା ପରଦିନ କିସ୍ତି ଟଙ୍କା ପୈଠ କରିଥିଲେ | ଏବିଷୟ ରେ ଉମରକୋଟ ଶାଖାର ର ପୂର୍ବତନ ମେନେଜର ଅଶୋକ କୁମାର ପାଲ ଏ ବିଷୟରେ ମୁଁ କିଛି ଜାଣିନାହିଁ ବୋଲି କହୁଛନ୍ତି | ଏଭଳି ଚୋଲା ଫାଇନାନ୍ସ ର ଧମକ, ଗୁଣ୍ଡାଗର୍ଦୀ ଯୋଗୁଁ ମୋର ଆତ୍ମ ସମ୍ମାନ କୁ ଆଘାତ ଲାଗିଛି ଏବଂ ଗ୍ରାହକ ମାନେ ଆତ୍ମହତ୍ୟା କରିବାକୁ ପଛଘୁଞ୍ଚା ଦେବେ ନାହିଁ ବୋଲି ଧାରଣରେ ବସିଥିବା ରଂଜିତ କୁମାର ପ୍ରକାଶ କରିଛନ୍ତି | କିଛି ଦିନ ପୂର୍ବେ ନ୍ୟାୟ ପାଇବାକୁ ଯାଇ ରାଜରାସ୍ତା ରେ ବସିପଡ଼ିଥିଲେ ରଂଜିତ ଏବଂ କିଛି ସମୟ ପାଇଁ ଯାତାୟାତ ଠପ ହୋଇଥିଲା | ପରେ ଉମରକୋଟ ପୋଲିସ ପହଞ୍ଚି ରଂଜିତ ଙ୍କୁ ବୁଝା ସୁଝା କରି ସମାଧାନ କରାଯିବ ବୋଲି କହିଥିଲେ | କିନ୍ତୁ ଆଜି ପର୍ଯ୍ୟନ୍ତ ଚୋଲା ଫାଇନାନ୍ସ ର କୌଣସି କର୍ମଚାରୀ ସମାଧାନ କରିବାକୁ ଆଗକୁ ଆସୁନାହାନ୍ତି | ବରଂ ଲୁଚି ବୁଲୁଛନ୍ତି | ଯେତେବେଳେ ପର୍ଯ୍ୟନ୍ତ ମୋତେ ନ୍ୟାୟ ନ ମିଳିଛି ସେପର୍ଯ୍ୟନ୍ତ ମୁଁ ଧାରଣା ରୁ ଉଠିବି ନାହିଁ ବୋଲି ରଂଜିତ କହିଛନ୍ତି |

Leave a Reply

Your email address will not be published. Required fields are marked *