ରାଇଘରରେ ସିରିଜ ଚୋରି ଲୁଟି ନେଲେ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା

*-ନବରଙ୍ଗପୁର ଜିଲ୍ଲା ରାଇଘର ମୁଖ୍ଯ ଦପ୍ତର ଠାରେ ରହୁଥିବା ଦିପେଶ ବାରୋଇଙ୍କ ଘରେ ଗତ ଶନିବାର ରାତିରେ କେହି ନଥିବା ସମୟରେ ଚୋର ପଶି ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହିତ ନଗଦ ଟଂକା ଚୋରି କରି ନେଇଥିବା ଥାନାରେ ଅଭିଯୋଗ ହୋଇଛି |

ସୂଚନା ଅନୁଯାୟୀ ଗତ ୯ ତାରିଖ ମଙ୍ଗଳବାର ଦିନ ନିଜ ପରିବାର ସହିତ ରାଉରକେଲାକୁ ଏକ ବାହା ଘର କୁ ଯୋଗ ଦେବାକୁ ଯାଇଥିଲେ | ରବିବାର ଅପରାହ୍ନରେ ଘରକୁ ଫେରି ଗେଟ୍ ଖୋଲି ଦେଖିବା ବେଳକୁ ଘରର ସବୁ କବାଟ ଖୋଲା ହୋଇ ରହିଥିବା ସହ ଆଲମିରା ଲକର୍ ଭଙ୍ଗା ହୋଇ ପଡିଛି | ଏଥିସହିତ ଘରର ଆସବାବ ଜିନିଷ ଓ କିଛି ମାଟି ହୁଂଡି ମଧ୍ୟ ଭଙ୍ଗା ପଡ଼ିଥିବା ପତ୍ନୀ ଗୀତା ବାରୋଇ ଦେଖି ମୁଣ୍ଡରେ ହାତ ଦେଇ ବସି ପଡ଼ିଥିଲେ l ଘର ବନ୍ଦ ରହୁଥିବା ଦେଖି କିଛି ଚୋର ଶନିବାର ମଧ୍ୟ ରାତିରେ କବାଟ ଭାଙ୍ଗି ପଶି ଚୋରି କରିଥିବା ଅନୁମାନ କରାଯାଇଛି l ଅପରପକ୍ଷରେ ରାଇଘର ଥାନାରେ ଏ ନେଇ ଏକ ମାମଲା ଋଜ୍ଜୁ ହୋଇଥିବା ବେଳେ ପୁଲିସ ପକ୍ଷରୁ କୌଣସି ସୁଫଳ ମିଳି ପାରି ନାହିଁ

Leave a Reply

Your email address will not be published. Required fields are marked *