ଜମୁଛି ତିର୍ତ୍ତୋଲ ଚେଳିତୋଳ ବାଲିଯାତ୍ରା
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଗୋପିଆ କୁଦ ଠାରେ ଚଳିତ ବର୍ଷ ଚେଳିତେଳ ବାଲିଯାତ୍ରା ର୍ ଚତୁର୍ଥ ସନ୍ଧ୍ୟା ଅନୁଷ୍ଠିତ ହୋଇ ଯାଇଛି । ତିର୍ତ୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା, ପୂର୍ବତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ମହିଳା ବିଜେଡ଼ି ସମ୍ପାଦିକା ଲୋରା ମହାପାତ୍ର ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ଐତିହାସିକ ଚେଳିତୋଳ ବାଲିଯାତ୍ରା ଦୀର୍ଘ 23 ବର୍ଷରେ ପଦାର୍ପଣ କରିଥିବା ସହିତ ନୌବାଣିଜ୍ୟ ପରମ୍ପରା କୁ ଉଡିଜିବିତ କରିବା ସହ ସ୍ମୃତି କୁ ମନେ ରଖିବା ପାଇଁ ଏହି ବାଲିଯାତ୍ରା ଆୟୋଜନ କରାଯାଉ ଥିବାର ଅତିଥିମାନେ କହିଛନ୍ତି । ପରେ ବିଭିନ୍ନ କଳା ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା ।
