ଜମୁଛି ତିର୍ତ୍ତୋଲ ଚେଳିତୋଳ

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଗୋପିଆ କୁଦ ଠାରେ ଚଳିତ ବର୍ଷ ଚେଳିତେଳ ବାଲିଯାତ୍ରା ର ପଞ୍ଚମ ସନ୍ଧ୍ୟା ଅନୁଷ୍ଠିତ ହୋଇ ଯାଇଛି । ତିର୍ତ୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଜଗତସିଂହପୁର ଜିଲ୍ଲାର ପୂର୍ବତନ ସାଂସଦ ଡଃ ରାଜଶ୍ରୀ ମଲ୍ଲିକ, ମୁଖ୍ୟ ବକ୍ତା ଭାବେ ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷ। ମିନତୀ ବେହେରା, ବିଜୁ ଜନତା ଦଳର ମହିଳା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ। ସୁଜାତା ମହାନ୍ତି ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ଐତିହାସିକ ଚେଳିତୋଳ ବାଲିଯାତ୍ରା ଦୀର୍ଘ 23 ବର୍ଷରେ ପଦାର୍ପଣ କରିଥିବା ସହିତ ନୌବାଣିଜ୍ୟ ପରମ୍ପରା କୁ ଉଡିଜିବିତ କରିବା ସହ ସ୍ମୃତି କୁ ମନେ ରଖିବା ପାଇଁ ଏହି ବାଲିଯାତ୍ରା ଆୟୋଜନ କରାଯାଉ ଥିବାର ଅତିଥିମାନେ କହିଛନ୍ତି । ପରେ ବିଭିନ୍ନ କଳା ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବା ସହିତ ବାଲିଯାତ୍ରା କମିଟି ପକ୍ଷରୁ ଅତିଥି ମାନଙ୍କୁ ସମ୍ମାନୀତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *