ଅଦିନିଆ ବର୍ଷାରେ କୃଷ୍ଣ ପ୍ରସାଦ ବ୍ଲକ ରେ ଚିନାବାଦାମ ଚାଷଜମିରେ ପାଣି ଜମି ଚିନାବାଦାମ ଚାଷ ନଷ୍ଟ ହୋଇଯାଛି।

ଏତଦ୍ ବେତିତ ଧାନ ଜମିରେ ପାଣି ଜମି ଧାନ ଫସଲ ନଷ୍ଟ ହୋଇଯାଛି। ଆଜି କୃଷ୍ଣ ପ୍ରସାଦ ବିଜୁ ଜନତା ଦଳ ସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁଙ୍କ ନେତୃତ୍ଵରେ କୃଷ୍ଣ ପ୍ରସାଦ ବ୍ଲକ ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଦସ୍ୟ ଓ ସରପଞ୍ଚ ଏବଂ ସମିତି ସଭ୍ୟ ମାନଙ୍କୁ ନେଇ ଏକ ପ୍ରତନିଧି ମଣ୍ଡଳ କୃଷ୍ଣ ପ୍ରସାଦ ବ୍ଲକ ତହସିଲଦାରଙ୍କୁ ଏକ ଦାବିପତ୍ର ଦେଇଛନ୍ତି।

ଚିନାବାଦାମ ଫସଲ କ୍ଷୟକ୍ଷତି ଆକଳନ କରି ଚାଷୀମାନଙ୍କୁ ମାଗଣା ଚିନାବାଦାମ ବିହନ ଏବଂ ଧାନ ଫସଲର କ୍ଷୟକ୍ଷତି ଆକଳନ କରି ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ ଲାଗି ତହସିଲଦାରଙ୍କୁ ଅନୁରୋଧ କରିଛନ୍ତି। ଏହି ଦାବିପତ୍ର ପ୍ରଦାନ କରିବା ସମୟରେ ଉପସ୍ଥିତି ଥିଲେ ବିଜୁ ଜନତା ଦଳ ସଭାପତି ଲକ୍ଷ୍ମୀଧର ସାହୁ, କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ସରୋଜିନୀ ତରେଇ, ଜିଲ୍ଲା ପରିଷଦ ସଦସ୍ୟ ସନ୍ଦିପ କୁମାର ଜେନା, ବ୍ରହ୍ମପୁର ସରପଞ୍ଚ ସନ୍ତୋଷ କୁମାର ଜେନା, ସମିତି ସଭ୍ୟ କାଳୁ ଜେନା, ସମିତି ସଭ୍ୟାଙ୍କ ପ୍ରତିନିଧି ଦିଲ୍ଲିପ ରଣସିଂହ, ମାଣିକା ସମିତି ସଭ୍ୟ ସର୍ବେଶ୍ଵର ଜେନା ଓ ବିଜୟ କୁମାର ତରେଇ ଏବଂ ବହୁ ଚାଷୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *