Citrus Clothing
“Citrus Clothing” ଓଡ଼ିଶାର ପୁରୀରେ ଖୋଲିଲା ନୂଆଷ୍ଟୋର ଭାରତର ଏକ ଅଗ୍ରଣୀ ଏଵଂ ୨୪ ବର୍ଷର ଗ୍ରାହକଙ୍କ ବିଶ୍ୱାସ ଓ ଭରସା ରୂପରେ ଉଭା ହୋଇଥିବା ଏକ ସମ୍ପନ୍ନ ପୁରୁଷ ବସ୍ତ୍ର ବ୍ରାଣ୍ଡ “Citrus Clothing” ଏବେ ଓଡ଼ିଶାର ଜଗନ୍ନାଥଧାମ ପୁରୀରେ ନୂଆ ଷ୍ଟୋର ଆରମ୍ଭ କରିଛି । ଏହି ବ୍ରାଣ୍ଡ ର ପ୍ରଥମ ଷ୍ଟୋର ଭୁବନେଶ୍ଵରର ପାତ୍ରପଡା ଠାରେ ଥିବା ଡି ଏନ୍ ରେଙ୍ଗlଲିଆ ମଲ ର ଏଫ୍ ୧୧୬ ଏ, ପ୍ରଥମ ମହଲା ରେ ଖୋଲା ଯାଇଛି,ଓ ଦ୍ବିତୀୟ ଷ୍ଟୋର ପୁରୀର ଗ୍ରାଣ୍ଡ ରୋଗ ଠାରେ ଉଦଘାଟିତ ହୋଇଯାଇଛି।ଏହି ଷ୍ଟୋରଗୁଡ଼ିକ ଗ୍ରାହକଙ୍କ ରିଟେଲ ଅନୁଭୂତି, ଫ୍ୟାସନ୍, ବ୍ୟକ୍ତିଗତ ପସନ୍ଦ, ଏବଂ ପ୍ରଯୁକ୍ତିନିଷ୍ଠ ଷ୍ଟାଇଲିଂ ସମାଧାନର ଅନନ୍ୟ ଅନୁଭୂତି ଦେବା ପାଇଁ ପ୍ରସ୍ତୁତ ରହିଛି।ଏହାକୁ ଓଲିଉଡ଼ ସୁପରଷ୍ଟାର ସବ୍ୟସାଚୀ ମିଶ୍ର ଆନୁଷ୍ଠାନିକ ଭାଵେ ଉଦଘାଟିତ ହୋଇଥିଲା। “Citrus Clothing” ପାଇଁ ଓଡ଼ିଶା ଏକ ଶକ୍ତିଶାଳୀ ବଜାର ପାଲଟିଛି । ଏହା ଗ୍ରାହକମାନଙ୍କ ଭିନ୍ନ-ଭିନ୍ନ ଶ୍ରେଣୀକୁ ସହଯୋଗ କରିବ , ଭୁବନେଶ୍ବରରେ ଦ୍ରୁତଗତିରେ ବଢୁଥିବା ଜନସଂଖ୍ୟାରୁ ଆରମ୍ଭ କରି, ପୁରୀର ପର୍ଯ୍ୟଟକ ଏବଂ ଫ୍ୟାସନ୍ ପ୍ରିୟ ଗ୍ରାହକମାନେ ଏହାର ଲାଭ ଉଠାଇପାରିବେ। Citrus Clothingର ପ୍ରତିଷ୍ଠାତ ହିତେଶ ଜୈନ ଏହି ପଦକ୍ଷେପ ବିଷୟରେ କହିଥିଲେ ଯେ ଓଡ଼ିଶା ସର୍ବଦା ତାଙ୍କ ମନରେ ବିଶେଷ ସ୍ଥାନରେ ରହିଛି। ଏହା ସହିତ କହିଥିଲେ ଯେ “Citrus Clothing” କେବଳ ଫ୍ୟାସନ୍ ନୁହଁ ଏହା ଏକ ଅନ୍ଦୋଳନ ଯେଉଁଠି ପୁରୁଷମାନେ ତାଙ୍କର ପୋଷାକ ମାଧ୍ୟମରେ ନିଜକୁ ଅଭିବ୍ୟକ୍ତ କରିପାରିବେ। ସପିଙ୍ଗ ଏକ କିଣା ବିକାର ମାଧ୍ୟମ ନୁହଁ ଏହା ବ୍ୟକ୍ତିଗତ ଏବଂ ଆକର୍ଷଣୀୟ ଅନୁଭୂତି। ଉଦଘାଟନ ଉତ୍ସବକୁ ଖାସ କରିବାପାଇଁ ଫ୍ୟାସନ ଇଣ୍ଡଷ୍ଟ୍ରିର ବିଶିଷ୍ଟ ବ୍ୟକ୍ତି, ବ୍ଲଗର ଓ ଅଗ୍ରଣୀ ସଂସ୍ଥାମାନ ଉପସ୍ଥିତ ରହିଥିଲେ। ଏହା ସହିତ ଏହି ଐତିହାସିକ ମୁହୂର୍ତ୍ତକୁ ଦେଖିବାପାଇଁ ଉତ୍ସବରେ “Citrus Clothing” ପ୍ରତିଷ୍ଠାତା ହିତେଶ ଜୈନଙ୍କ ପିତା ତେଜରାଜ ଏଚ ଜୈନ ମଧ୍ୟ ଉପସ୍ଥିତ ରହିଥିଲେ।
