ସର୍ବ ଭାରତୀୟ ରେଳୱେ କଣ୍ଟ୍ରାକ୍ଟ ଶ୍ରମିକ ସଂଗଠନ କେନ୍ଦ୍ରୀୟ କମିଟି ବୈଠକ

ସର୍ବ ଭାରତୀୟ ରେଳୱେ କଣ୍ଟ୍ରାକ୍ଟ ଶ୍ରମିକ ସଂଗଠନ କେନ୍ଦ୍ରୀୟ କମିଟି ବୈଠକ l,ପୁରୀ

ଆଜି ତା 23/08/2025 ରିଖ ସକାଳ 10:00ଟା ସମୟରେ ପୁରୀ ସର୍କିଟ ହାଉସ ସଭା କକ୍ଷରେ ସର୍ବ ଭାରତୀୟ ରେଳୱେ ଠିକା କର୍ମଚାରୀ ସଂଘର କେନ୍ଦ୍ର କମିଟି ବୈଠକ ଅନୁଷ୍ଠିତ ହୋଇଅଛି l ଉକ୍ତ ବୈଠକରେ CITU ସର୍ବ ଭାରତୀୟ ସଭାପତି ଡ଼. ହେମଲତା ସଭାପତିତ୍ବ କରିଥିଲେ l ଉକ୍ତ ବୈଠକରେ ତେର ଟି ରାଜ୍ୟର ରେଳୱେ ଶ୍ରମିକ ନେତୃତ୍ୱମନେ ଯୋଗ ଦେଇଥିଲେ l ଠିକା ଶ୍ରମିକ ମାନଙ୍କୁ ରେଳ ବିଭାଗରେ ସ୍ଥାୟୀ ନିଯୁକ୍ତି ଦେବା, ରେଳ ବିଭାଗରେ ଠିକାଦାରୀ ବ୍ୟବସ୍ଥା ଉଛେଦ କରିବା, ଠିକା କର୍ମଚାରୀ ମାନଙ୍କୁ ସର୍ବନିମ୍ନ ମଜୁରୀ ଦେବା,ରେଳ ବିଭାଗରେ ଘରୋଇକରଣ ବନ୍ଦ କରିବା, ସମାନ କାମକୁ ସମାନ ଦରମା ପ୍ରଦାନ କରିବା, ନୂତନ ଶ୍ରମ ଆଇନ ବାତିଲ କରିବା,ବେଆଇନ ଛଟେଇ ବନ୍ଦ କରିବା ଇତ୍ୟାଦି ଦାବି ନେଇ ବିଭିନ୍ନ ରାଜ୍ୟରେ ଆନ୍ଦୋଳନତ୍ମକ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି କରାଯିବା ସହ ଛ ଲକ୍ଷ ପଚାଶ ହଜାରରୁ ଉର୍ଦ୍ଧ ଠିକା ଶ୍ରମିକଙ୍କୁ କରାଯାଉଥିବା ଶୋଷଣ ବନ୍ଦ କରିବା ନିମନ୍ତେ ରେଳୱେ ବୋର୍ଡ ଚେୟାରମ୍ୟାନଙ୍କୁ ଦାବି ପତ୍ର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା l ଆସନ୍ତା ସେପ୍ଟେମ୍ବର 16 ତାରିଖରେ ଦିଲ୍ଲୀରେ ଏକ ଶ୍ରମିକ କନଭେନ୍ସନ କରାଯିବା ପାଇଁ ନିଷ୍ପତ୍ତି କରାଗଲା l ଉକ୍ତ ବୈଠକରେ ରେଳୱେ ଠିକା କର୍ମଚାରୀ ସଂଘର ସର୍ବ ଭାରତୀୟ ଆବାହକ କମ୍ରେଡ଼ ରମେଶ ବାବୁ, CITU ସର୍ବ ଭାରତୀୟ ଉପସଭାପତି ଶ୍ରୀଯୁକ୍ତ ବିଷ୍ଣୁ ମହାନ୍ତି, CITU ସର୍ବ ଭାରତୀୟ କୋଷାଧକ୍ଷ କମ୍ରେଡ଼ ସାଇବାବୁ, ବକ୍ତ୍ୟବ୍ୟ ରଖି ଭାରତର ଅର୍ଥନୈତିକ ସଙ୍କଟ ସମ୍ପର୍କରେ ଆଲୋଚନା କରିଥିଲେ l କେନ୍ଦ୍ର ସରକାର ଶ୍ରମିକ ମନଙ୍କ ସମସ୍ୟା ସମାଧାନ କରିବା ବଦଳରେ SIR ନାଁ ରେ ଭାରତବର୍ଷ ରେ ଶ୍ରମିକ ଆନ୍ଦୋଳନ କୁ ବିଭାଜନ କରିବା ସହ ଦେଶରେ ଅସ୍ଥିରତା ସୃଷ୍ଟି କରୁଛନ୍ତି ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ l ଉକ୍ତ ବୈଠକରେ ଇଷ୍ଟ କୋଷ୍ଟ କଣ୍ଟ୍ରାକ୍ଟ ଶ୍ରମିକ ୟୁନିଅନ ର ପୁରୀ ଜିଲ୍ଲା ସଭାପତି ଆଡଭୋକେଟ ଶ୍ରୀକାନ୍ତ ପରିଜା,ସମ୍ପାଦକ ଦେବାଶିଷ ସାମଲ, ପୁରୀ ରେ ରେଳୱେ ଠିକା କର୍ମଚାରୀ ମାନଙ୍କ ସମସ୍ୟା ବିଷୟରେ ଆଲୋକପାତ କରିଥିଲେ l କର୍ମଚାରୀ ମାନଙ୍କ ଇପିଏଫ ଇଏସଆଇ ନଦେବା, ବକେୟା ପ୍ରାପ୍ୟ ମାସ ମାସ ଧରି ପ୍ରଦାନ ନକରିବା ସହ ଶ୍ରମିକ ମାନଙ୍କୁ ମନଇଚ୍ଛା ଛଟେଇ କରାଯାଉଥିବା ଅଭିଯୋଗ କରିଥିଲେ l ଓଡିଶା ବାହାରୁ ଆସିଥିବା ଶ୍ରମିକ ପ୍ରତିନିଧି ମାନଙ୍କ ସହ ଆଲୋଚନା,ସ୍ୱାଗତ ଓ ଆତିଥ୍ୟ ପ୍ରଦାନ ସହ ସଭାକୁ ସୁପରିଚାଳନା କରିବାରେ ଠିକା କର୍ମଚାରୀ ଶ୍ରୀ ବିଜୟ କୁମାର ଭୋଇ, ପବିତ୍ର ମୋହନ ପ୍ରଧାନ, କାହ୍ଣୁ ଚରଣ ମଲ୍ଲିକ, ଈଶ୍ୱର ସାହୁ,ନୃସିଂହବେହେରା,ସୁଶାନ୍ତବିଶ୍ୱାଳ ଓ ଜୟୀରାମ ଜେନାପ ପ୍ରମୁଖ ନେତୃତ୍ୱ ନେଇଥିଲେ l

Leave a Reply

Your email address will not be published. Required fields are marked *