କାଉନସିଲରଙ୍କ ବିବାଦ, ବିକାଶ ନହେବା ଫଳରେ ସହରବାସୀ ହନ୍ତସନ୍ତ
ବ୍ୟାସନଗର ପୌର ପରିଷଦରେ ଟେଣ୍ଡର ହେବାଜୁ ନେଇ ନିର୍ବାହୀ ଅଧିକାରୀ ଓ କାଉନସିଲରଙ୍କ ବିବାଦ, ବିକାଶ ନହେବା ଫଳରେ ସହରବାସୀ ହନ୍ତସନ୍ତ l
୨୬ ଗୋଟି ୱାର୍ଡକୁ ନେଇ ବ୍ୟାସନଗର ପୌର ପରିଷଦ ଗଠିତ l ଏହି ୱାର୍ଡ ମଧ୍ୟରେ ଏବେ ଅନେକ ସମସ୍ୟା ଦେଖିବାକୁ ମିଳୁଛି l ବିଶେଷ ଭାବରେ ସହରର ମୁଖ୍ୟ ରାସ୍ତା ସମେତ ୱାର୍ଡ ମଧ୍ୟରେ ଦେଖିବାକୁ ମିଳୁଛି ରାସ୍ତା, ଡ୍ରେନେଜ ଓ ପରିମଳ ସମସ୍ୟା l ତେବେ ଏହି ସମସ୍ୟା ଦୂର କରିବା କୁ ହେଲେ ମୁଖ୍ୟତଃ ଟେଣ୍ଡର ହେଲା ଏହାର ମୁଖ୍ୟ ମାଧ୍ୟମ l ତେବେ ଏହି ସମସ୍ୟା କୁ ଦୂର କରିବା ପାଇଁ ଅନେକ ଦିନ ହେବ ବିଭିନ୍ନ ୱାର୍ଡ ର କାଉନସିଲ ସଭ୍ୟ, ସଭ୍ୟା ମାନେ ଦାବୀ କରୁଛନ୍ତି l ପୌର ନିୟମ ଅନୁଯାୟୀ ଯେ ପର୍ଯ୍ୟନ୍ତ ଟେଣ୍ଡର ନହେବ ସେ ପର୍ଯ୍ୟନ୍ତ ସହର ର ବିକାଶ ହୋଇ ପାରିବନାହିଁ l ତେବେ ଏହି ଟେଣ୍ଡର ପାଇଁ ବାରମ୍ବାର ବୈଠକ ହେଉଛି, ଆନ୍ଦୋଳନ ହେଉଛି ମାତ୍ର ଟେଣ୍ଡର ହେବାର ନାଁ ଧରୁନାହିଁ l ଯେଉଁଥି ପାଇଁ ହନ୍ତସନ୍ତ ହେଉଛନ୍ତି ସହରବାସୀ l ଟେଣ୍ଡର ନହେବାକୁ ନେଇ କିଛି କାଉନସିଲର ଅଧ୍ୟକ୍ଷଙ୍କୁ ଦାୟୀ କରୁଥୁବା ବେଳେ ଆଉ କିଛି କାଉନସିଲର ନିର୍ବାହୀ ଅଧିକାରୀଙ୍କୁ ଦାୟୀ କରୁଛନ୍ତି l ସେପଟେ ଏହି ବିବାଦ ମଧ୍ୟରେ ସମସ୍ୟା ଘେରରେ ପେଶୀ ହେଉଛନ୍ତି ସହରବାସୀ l ତେବେ ପୌର ପରିଷଦର ସଭା ଗୃହରେ ଏହାକୁ ନେଇ ଅନେକ କିଛି ତୁମ୍ବି ତୁଫାନ ହୋଇଥିବା ଦେଖିବାକୁ ମିଳିଛି l ଯାହାକୁ ନେଇ କିଛି ସୋସିଆଲ ମିଡିଆ ରେ ଏବେ ଚର୍ଚ୍ଚା ଜୋରଧରିଛି |
