ଆରଡିସି ଙ୍କ ମାଧ୍ୟମ ରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର

ବିଭିନ୍ନ ଦାବୀ ନେଇ ଭୁବନେଶ୍ୱର ରେ ମିଳିତ ଧାରଣା ଦେବେ ପୌର ବିଭାଗ ର ସ୍ୱଚ୍ଛସାଥି, ସୁପରଭାଇଜର ଓ ୱାର୍ଡ କୋର୍ଡିନେଟର ଭଳି ଅନେକ ମିଶନଶକ୍ତି କର୍ମଚାରୀ**ପୂର୍ବ ସରକାର ଙ୍କ ଦରମା ବୃଦ୍ଧି କୁ ଲାଗୁ କରୁନି ନୁଆଁ ସରକାର**କଟକଣା ନା ରେ ଛଟେଇ ମସୁଧା*ବ୍ରହ୍ମପୁର -(14/02/25) ଗ୍ରାମାଞ୍ଚଳ ଭଳି ସହରାଞ୍ଚଳ ର ମିଶନଶକ୍ତି ମହିଳା ମାନଙ୍କୁ ସ୍ୱଵଲମ୍ବୀ କରିବା ପାଇଁ ପୂର୍ବ ରୁ ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ବିଭାଗ ରେ ନିଯୁକ୍ତି ଦେଇ ରୋଜଗାରକ୍ଷମ କରାଇବା ପ୍ରୟାସ କ୍ରମେ ସହରାଞ୍ଚଳ ର ପୌର ବିଭାଗ ରେ ସ୍ୱଚ୍ଛଭାରତ ସ୍କିମ ଅଧୀନ ରେ ପରିମଳ କାର୍ଯ୍ୟ ପାଇଁ ସ୍ୱଚ୍ଛସାଥି ଓ ସୁପରଭାଇଜର ଓ ୱାର୍ଡ ମାନଙ୍କରେ ନାଗରିକ ମାନଙ୍କ ସୁବିଧା ପାଇଁ ୱାର୍ଡ କାର୍ଯ୍ୟାଳୟ ରେ ନିୟୋଜିତ ୱାର୍ଡକୋର୍ଡିନେଟର ମାନେ ନିୟୋଜିତ ହୋଇଥିବା ବେଳେ ସ୍ୱଚ୍ଛସାଥି ମାନଙ୍କ ଦରମା 4000 ଟଙ୍କା ମିଳୁଛି କିନ୍ତୁ କିଛି ସ୍ଥାନ ରେ ସୁପରଭାଇଜର ମାନଙ୍କୁ ଅଳିଆ ପ୍ଲାଣ୍ଟ ରେ ନିୟୋଜନ କରାଯାଇଛି କିନ୍ତୁ ଏ ପର୍ଯ୍ୟନ୍ତ ପୂର୍ବ ସରକାର ଙ୍କ ଦ୍ୱାରା ବର୍ଦ୍ଧିତ ଦରମା କୁ ବର୍ତମାନ ସରକାର ଲାଗୁ କରୁନାହିଁ ଓଲଟା ସେମାନଙ୍କ ଉପରେ ଗାଇଡଲାଇନ ଲଦି ମୂଳ ଦରମା ଠୁଁ ମଧ୍ୟ କମ ଦିଆଯାଉଛି ଏପରିକି ଅନେକ କଟକଣା ନାମରେ ଛଟେଇ କରିବାର ମସୁଧା ଚାଲିଥିବା ସଂଘ ଅନୁମାନ କରୁଛି I ସେଇଭଳି ୱାର୍ଡ କୋରଡିନେଟର ମାନଙ୍କୁ ବିଭିନ୍ନ ୱାର୍ଡ ପାଇଁ ଚୟନ ସରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ନିଯୁକ୍ତି ମିଳିନି ଏପରିକି ଅନେକ କାମରେ ବିଭାଗ ପକ୍ଷରୁ ସେମାନଙ୍କୁ କାମରେ ଲଗାଇ ପାରିଶ୍ରମିକ ଦେବାରେ ମଧ୍ୟ ବିଫଳ ହୋଇଛନ୍ତି I ପୂର୍ବରୁ ଗୃହ ଓ ନଗର ଉନ୍ନୟନ ବିଭାଗୀୟ ମନ୍ତ୍ରୀ ଓ ସଚିବ ମାନଙ୍କ ସହ ଆଲୋଚନା କରାଯାଇଥିଲେ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ I ଆଜି ସଙ୍ଘର କର୍ମକର୍ତ୍ତା ମାନେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଙ୍କ ମାଧ୍ୟମ ରେ ଦାବିପତ୍ର ଦେବାସହ ଦାବୀ ପୁରଣ ପାଇଁ କୌଣସି ପଦକ୍ଷେପ ନ ନେଲେ ଆସନ୍ତା 17 ଫେବୃଆରୀ ରୁ ରାଜ୍ୟ ତଥା ଜିଲ୍ଲାର ବିଭିନ୍ନ ସହରାଞ୍ଚଳ କର୍ପୋରେସନ, ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ କାର୍ଯ୍ୟରତ ଏହି କର୍ମଚାରୀ ମାନେ ଭୁବନେଶ୍ୱର ରେ ଅନିର୍ଦ୍ଧିଷ୍ଟ କାଳ ଧାରଣା ଦେବାପାଇଁ ନିଷ୍ପତ୍ତି ନେଇଛନ୍ତି I ଦାବୀ ଗୁଡିକ ମଧ୍ୟରେ ୱାର୍ଡ କୋରଡିନେଟର ମାନଙ୍କ ନିଯୁକ୍ତି କୁ ସୁନିଶ୍ଚିତ କରିବା, ସମସ୍ତ ଏଭଳି ମିଶନ ଶକ୍ତି କର୍ମଚାରୀ ମାନଙ୍କୁ ଶ୍ରମ ଆଇନ ଭିତରେ କର୍ମଚାରୀ ମାନ୍ୟତା ଓ ସର୍ବନିମ୍ନ ମଜୁରୀ ପ୍ରଦାନ, କଟକଣା ଉଠାଇ ପୂର୍ବ ସରକାର ଙ୍କ ଦ୍ୱାରା ଲାଗୁ କରିଥିବା ଦରମା ପ୍ରଦାନ ଭଳି ପ୍ରମୁଖ ଦାବୀ ଗୁଡିକ ଉଠାଇଛନ୍ତି I ଆଜିର ଏହି କାର୍ଯ୍ୟକ୍ରମ ରେ ସର୍ବଭାରତୀୟ ଶ୍ରମିକ ସଂଗଠନ ଇଫଟୁ ର ରାଜ୍ୟ ସଭାପତି ପ୍ରତାପ ପ୍ରଧାନ, ସଂଯୁକ୍ତା ଦାସ,ବି. ସଂଗୀତା ରାଓ , ମିତା ପାଢ଼ୀ, ସସ୍ମିତା ଦାସ,ମାମାଲି ଦାସ ସୁଧାଦେବୀ,ବନିତା ଡାକୁଆ,ସଂଯୁକ୍ତା ସେଠୀ,ପୁଷ୍ପାଞ୍ଜଳି ଦାସ,ପ୍ରମଦା ପାଳ, ରଶ୍ମି ଦୋରା,ରଶ୍ମିତା ପାଳ, ମମତା ପଟ୍ଟନାୟକ, ସଂଗୀତା ଦାସ, ମଞ୍ଜରୀ ପଟ୍ଟନାୟକ, କୁନି ବେହେରା ସିମ୍ରନ ଦାସ ପ୍ରମୁଖ ଉପସ୍ଥିତ ଥିଲେ I

Leave a Reply

Your email address will not be published. Required fields are marked *