ବାରଖମା କୁ ବ୍ଲକ୍ ଘୋଷଣା ଦାବୀ ନେଇ ବାଲିଗୁଡ଼ା ଉପଜିଲ୍ଲାପାଳ ଙ୍କୁ ଦାବୀ ପତ୍ର ପ୍ରଦାନ

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ୧୫ ନମ୍ବର ଜିଲ୍ଲା ପରିଷଦ ଜୋନ୍ ବାରଖମା କୁ ବ୍ଲକ୍ ଘୋଷଣା ଦାବୀ ପିଡବ୍ଲୁଡ଼ି ଛକ ମହାତ୍ମା ଗାନ୍ଧୀଜିଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ପରେ ପଦ ଯାତ୍ରା ଆରମ୍ଭ କରି ବାଲିଗୁଡ଼ା ଉପଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ମୂଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି, ୧୪ଗୋଟି ଗ୍ରାମ ପଞ୍ଚାୟତ ବାସୀ । ଗ୍ରାମ ପଞ୍ଚାୟତ ଠାରୁ ବ୍ଲକ୍ କାର୍ଯ୍ୟାଳୟ ବହୁ ଦୂରରେ ଅବସ୍ଥିତ ହୋଇଥିବାରୁ ଏବଂ କିଛି ନିର୍ଦ୍ଧିଷ୍ଟ ମୁଷ୍ଠିମେୟ ନେତୃତ୍ବଙ୍କ ପକ୍ଷପାତ,ଭେଦଭାବ ଶିକାର ହେବା ଦ୍ଵାରା ଅଞ୍ଚଳର ସାମୟିକ ବିକାଶ ରେ ବାଧାପ୍ରାପ୍ତ ହେବା ସହ କ୍ଷମତା ର ବିକେନ୍ଦ୍ରୀକରଣ ନ ହେବା ଯୋଗୁଁ, ସରକାର ଙ୍କ ଜନ ମଙ୍ଗଳକାରୀ ଯୋଜନା ଗୁଡ଼ିକ ପ୍ରତ୍ୟେକ ଅଞ୍ଚଳକୁ ପହଞ୍ଚାଇବାରେ ବାଧାପ୍ରାପ୍ତ , ସମସ୍ତ ପ୍ରକାର ସୁବିଧା ସୁଯୋଗ ପାଇବାରେ ବଞ୍ଚିତ ହେଉଥିବା ନେଇ , ଆଜି ୧୫ ନମ୍ବର ଜିଲ୍ଲାପରିଷଦ ଜୋନ୍ ଅଞ୍ଚଳର ବୁଦ୍ଧିଜୀବୀ, ଶିକ୍ଷିତ ଯୁବା ବର୍ଗ, ବ୍ୟବସାୟୀ ଚାଷୀ ,ମୂଲିଆ, ମା ଭଉଣୀ ମହାନୁଭବୀମାନେ ୧୫ ନମ୍ବର ଜୋନ୍ ବାରଖମା କୁ ନୂତନ ବ୍ଲକ୍ ଗଠନ ର ଆବଶ୍ୟକତା ନେଇ “ବ୍ଲକ୍ ସଂଗ୍ରାମ ମଞ୍ଚ ” ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବୀ ପତ୍ର ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *