ସର୍ପ ଆଘାତରେ +୨ ଛାତ୍ରୀଙ୍କ ମୃତ୍ୟୁ

ସର୍ପଆଘାତରେ +୨ ଛାତ୍ରୀଙ୍କ ମୃତ୍ୟୁ
କୁଜଙ୍ଗ-ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ଅଗପାଳ ପଞ୍ଚାୟତ ତଥା ଗ୍ରାମର ନୃସିଂହ ସାହୁ ଓ ଆରତୀ ସାହୁଙ୍କ ଏକମାତ୍ର କନ୍ୟା ଶ୍ରୁତି ସାହୁଙ୍କର ସର୍ପ ଆଘାତରେ ୧୭ ବର୍ଷ ବୟସରେ ଦେହାନ୍ତ ହୋଇ ଯାଇଛି।କୌଣସି କାରଣରୁ ଘର ପଛ ଆଡେ ଯାଇଥିବା ସମୟରେ ଏକ ଗୋଖର ସର୍ପ ପଛପଟୁ ଗୋଡ଼କୁ ଆଘାତ କରିଥିଲା। ଘରଲୋକେ ସୃତି କୁ ମଣିଜଙ୍ଗା ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ତୁରନ୍ତ ନେଇଯାଇଥିଲେ ।ମଣିଜଙ୍ଗାରେ ଚିକିତ୍ସାର କୌଣସି ସୁବିଧା ନଥିବାରୁ ସେଠାକାର ଡକ୍ଟର ଜଗତସିଂହପୁର ମେଡିକାଲକୁ ସ୍ଥାନାନ୍ତର କରିଦେଇଥିଲେ ।ମାତ୍ର ପହଞ୍ଚିବା ୨ଘଣ୍ଟା ମଧ୍ୟରେ ସୃତିର ଦେହାନ୍ତ ହୋଇ ଯାଇଥିଲା ।ଖବରରୁ ପ୍ରକାଶ ଯେ ସୃତି ସାହୁ ପଙ୍କପାଳ ସ୍ଥିତ କମଳା ଦେବି ମହିଳା ମହାବିଦ୍ୟାଳୟରେ +୨ ରେ ଅଧ୍ୟୟନ କରୁଥିଲା।ତାର ମୃତ୍ୟୁରେ କଲେଜର ସାଙ୍ଗସାଥି ଓ ଅଧ୍ୟାପକ ଅଧ୍ୟାପିକାଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି । ସୃତି ର ମୃତ୍ୟୁରେ ଗ୍ରାମବାସୀଙ୍କ ମଧ୍ୟରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଛି ।
କୁଜଙ୍ଗରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *