ପାର୍ବଣରେ ମନ୍ଦିର ଓ ରାସ୍ତା ସଫେଇ

ଶାରଦୀୟ ପାର୍ବଣ ଦୂର୍ଗାପୂଜା ପାଳନ ଅବସରରେ କାକଟପୁର ବ୍ଲକ ଅନ୍ତର୍ଗତ ବାଲିଦୋକାନ ଠାରେ ବାବା ବାଟେଶ୍ୱର ମହାଦେବଙ୍କ ମନ୍ଦିର ପରିସର ଓ ରାସ୍ତା କଡ ସଫେଇ କରାଯାଇଛି। ସ୍ୱଚ୍ଛ ଭାରତ ମିଶନ ଅନୁଯାୟୀ ପାର୍ବଣ ଋତୁ ଓ ଆସନ୍ତା କାର୍ତ୍ତିକ ଧରମ ମାସକୁ ଆଖି ଆଗରେ ରଖି ବ୍ୟାପକ ସଫେଇ କରାଯାଇଛି। ବାଟେଶ୍ୱର ଆଦର୍ଶ ଟ୍ୟୁଟୋରିଆଲ, ଶୋଭା ଫାଉଣ୍ଡେସନ ଓ ସ୍ଥାନୀୟ ଯୁବକ ମାନଙ୍କ ସହଯୋଗରେ ଏହି ସଫେଇ କାର୍ଯ୍ୟରେ ଛାତ୍ର ଓ ଯୁବକ ମାନେ ଯୋଗଦେଇ ମନ୍ଦିର ପରିସରରେ ଥିବା ଅନାବନା ଘାସ ଓ ଗଛଲତା କାଟି ସଫା କରିବା ସହିତ ରାସ୍ତା ଓଳାଇ ସଫା କରିଥିଲେ। ଏହି ସଫେଇ କାର୍ଯ୍ୟକ୍ରମ ବାଟେଶ୍ୱର ଆଦର୍ଶ ଟ୍ୟୁଟୋରିଆଲ ପରିଚାଳକ ମଙ୍ଗୁଳି ପାଢ଼ୀ (ବାବୁନୀ ସାର୍)ଙ୍କ ଦ୍ଵାରା ପରିଚାଳନା କରାଯାଇଥିବା ବେଳେ ଶୋଭା ଫାଉଣ୍ଡେସନ ପକ୍ଷରୁ ପ୍ରକୃତି ବନ୍ଧୁ ଜ୍ଞାନ ରଞ୍ଜନ ବିଶ୍ଵାଳ, ଅଶୋକ ପାତ୍ର, ବୁଟୁ ମହାରଣା ଓ ଚିନୁ ମହାରଣା ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *