ରାତି ଅଧରେ ଠିକାଦାରଙ୍କ କେନାଲ ସଫେଇ
ରାତି ଅଧରେ ଠିକାଦାରଙ୍କ କେନାଲ ସଫେଇ।ସାଇଫନ ମୁହଁରେ ଗଦାକଲେ ବର୍ଜ୍ୟବସ୍ତୁ।ଅବଶିଷ୍ଟ ରାସ୍ତା ପାର୍ଶ୍ବରେ ପଡ଼ିରହିଛି।ମନମୁଖୀ କାର୍ଯ୍ୟକୁ ଅଞ୍ଚଳବାସୀଙ୍କ ବିରୋଧ।ରଘୁନାଥପୁର:-ରାତି ଅଧରେ ଠିକାଦାରଙ୍କ ପକ୍ଷରୁ ମନମୁଖୀ ଭାବେ ମେସିନ ଦ୍ବାରା ରଘୁନାଥପୁର ବଜାର ପାର୍ଶ୍ଵ ଦେଇ ଯାଇଥିବା ୭(ସି) କେନାଲର ସଫେଇ କାର୍ଯ୍ୟକୁ ଅଞ୍ଚଳବାସୀ ବିରୋଧ କରିଛନ୍ତି।ଏହାଛଡା ଏଥିରୁ ବାହାରୁଥିବା ପଚାସଢା କର୍ଦ୍ଦମାକ୍ତ ବସ୍ତୁକୁ ଅତି ବେପରୁଆ ଭାବେ ତାଳଦଣ୍ଡା କେନାଲ ପାର୍ଶ୍ଵ ଜଳ ନିଷ୍କାସନ ପାଇଁ ଥିବା ସାଇଫନ ମୁହଁରେ ଗଦେଇବା ସହ ଅବଶିଷ୍ଟକୁ କଟକ ପାରାଦୀପ ରାସ୍ତା ପାର୍ଶ୍ୱରେ ଜମାକରି ଚାଲିଯିବା ନେଇ ବାଜର କମିଟି ପକ୍ଷରୁ ଆସୋନ୍ତୋଷ ବ୍ୟକ୍ତ କରାଯାଇଛି।କିଶନନଗର ଜଳସମ୍ପଦ ବିଭାଗ ଏସଡିଓ ତଥା ସୋମପୁର ଯନ୍ତ୍ରୀଙ୍କ ଅଧିନରେ ଥିବା ଉକ୍ତ କାର୍ଯ୍ୟକୁ ଠିକାଦାର ସରୋଜ ବାରିକ କରୁଛନ୍ତି।୩ ଲକ୍ଷ ଟଙ୍କା ଉକ୍ତ କାର୍ଯ୍ୟର ବ୍ୟୟବରାଦ ରହିଛି।ରାସ୍ତା ପାର୍ଶ୍ବରେ ଜମା ହୋଇଥିବା ବର୍ଜ୍ୟବସ୍ତୁ ବର୍ଷା ପାଣିରେ ରାସ୍ତା ଉପରକୁ ବୋହି ପରିବେଶ ଦୂଷିତ କରିବା ଶହ ଉତ୍କଟ ଗନ୍ଧରେ ପଥାଚାରୀଙ୍କ ନାକ ଫାଟି ପଡୁଛି।ବର୍ତ୍ତମାନ ବିଭିନ୍ନ ଅଞ୍ଚଳରେ ଝାଡାବାନ୍ତି ରୋଗ ବ୍ୟାପୁଥିବାରୁ ଉକ୍ତ ପୁତ୍ତିଗନ୍ଧମୟ ପରିବେଶ ଶିଶୁ ଠାରୁ ବୟସ୍କ ବ୍ୟକ୍ତିଙ୍କ ପାଇଁ ବିପଦ ସାବ୍ୟସ୍ତ ହୋଇଛି।ଅନ୍ୟପକ୍ଷେ ମେସିନ ଖୋଲିବା ସମୟରେ ଚକ୍ରଧର ମହାରଣାଙ୍କ ସହ କେତେକ ଦୋକାନୀଙ୍କ ସାଇନ୍ବୋର୍ଡ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗି ଦେଇଥିବାର ସେମାନେ ଅଭିଯୋଗ କରିଛନ୍ତି।ସେହିପରି ଠିକାଦାର ତାଳଦଣ୍ଡା କେନାଲ ପାର୍ଶ୍ଵ ସାଇଫନ ମୁହଁରେ ଉକ୍ତ ବର୍ଜ୍ୟବସ୍ତୁକୁ ଗଦା କରିଥିବାରୁ ବର୍ଷାପାଣି ନିସ୍କାସନ ପାଇଁ ସମସ୍ୟା ସୃଷ୍ଟି କରିଛି।ଯଦି ପକାଜାଇଥିବା ବର୍ଯ୍ୟବସ୍ତୁକୁ ଉଠାନଯାଏ ତାହାଲେ ରଘୁନାଥପୁର ନାରାୟଣୀ ଛକ ମାଘିମେଳା ପଡିଆ ଓ ଅଯୋଧ୍ୟାପୁର ଗ୍ରାମରେ ବର୍ଷାଜଳ ଜମିରହି ଲହଡା ମାରିବ ବୋଲି ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି।ଏ ସମ୍ପର୍କରେ ବାଜାର କମିଟି ସଭାପତି ସନତ ମଣ୍ଡଳ ଓ ସମ୍ପାଦକ ରଞ୍ଜନ ମହାନ୍ତି,ଗ୍ରାମବାସୀ ଟୁନା ପରିଡା ଓ ଗେଡ଼ ସେଠୀ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଚନ୍ଦ୍ରକାନ୍ତ ପଣ୍ଡା ଓ ନାଏବ ସରପଞ୍ଚ ଶ୍ରୀନିବାସ ପଣ୍ଡାଙ୍କୁ ଅଭିଯୋଗ କରିଥିଲେ।ସେମାନେ ଦାୟୀତ୍ୱରେ ଥିବା ଯନ୍ତ୍ରୀଙ୍କ ସହ ମଙ୍ଗଳବାର ଯୋଗାଯୋଗ କରିଥିଲେ ସୁଧା ସେ ଫୋନ ରିସିଭ କରିନଥିଲେ। ସଂପୃକ୍ତ ଠିକାଦାର ଜନୈକ ବିଧାୟକଙ୍କ ପାଖାଲୋକ ହୋଇଥିବାରୁ ବଳପୂର୍ବକ ଏପରି କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ ହେଉଛି।ଜିଲ୍ଲାପାଳ, ବିଭାଗୀୟ ମନ୍ତ୍ରୀ ଓ ସଚିବ ଏଥିପ୍ରତି ଦୃଷ୍ଟିଦେବା ପାଇଁ ଦାବୀ ହୋଇଛି।ଏ ସମ୍ପର୍କରେ ଏସଡିଓ ଗୋବର୍ଦ୍ଧନ ପାଣିଗ୍ରାହୀଙ୍କୁ ପଚାରିବାର ଆସନ୍ତା ଦୁଇଦିନ ମଧ୍ୟରେ ସମସ୍ୟାର ସମାଧାନ ହୋଇଯିବ ବୋଲି ପ୍ରକାଶ କରିଛନ୍ତି।
