ଓଡ଼ିଆ ପକ୍ଷ ପାଳନର ଷଷ୍ଠ ଦିବସରେ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ।
ଯାଜପୁର, ତା ୦୬.୦୪.୨୦୨୬ ରିଖ: ଓଡ଼ିଶା ଦିବସ ଠାରୁ ଆରମ୍ଭ ହୋଇ ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ସାରା ରାଜ୍ୟରେ ଉତ୍ସାହ ଓ ଉଦ୍ଦୀପନା ର ସହିତ ପାଳନ ହେଉଛି ଓଡ଼ିଆ ପକ୍ଷ। ଏହି ‘ଓଡ଼ିଆ ପକ୍ଷ’ କୁ ଆଧାର କରି ଷଷ୍ଠ ଦିବସ ତଥା ତା-୦୬-୦୪-୨୦୨୬- ରିଖ ଯାଜପୁର ଜିଲ୍ଲାସ୍ତରୀୟ ଦେବାଳୟ ଓ ଐତିହ ସ୍ଥଳୀ ଗୁଡ଼ିକର ସାମୂହିକ ସ୍ବଚ୍ଛତା ଅଭିଯାନ,ପୁରାଣ ପ୍ରସିଦ୍ଧ ଦଶାଶ୍ୱ ମେଧ ଘାଟ ଓ ଜଗନ୍ନାଥ ମନ୍ଦିର ପରିସରରେ ସକାଳ ୬:୩୦ ଘଟିକା ସମୟରେ ଏହି କାର୍ଯ୍ୟକ୍ରମ ଯାଜପୁର ପୌରପାଳିକା ଓ ଜିଲ୍ଲା ପ୍ରଶାସନ, ଯାଜପୁର ଆନୁକୁଲ୍ୟ ରେ ଅନୁଷ୍ଠିତ ହୋଇଯାଇଅଛି।

ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଯାଜପୁର ପୌରପାଳିକାର ଅଧ୍ୟକ୍ଷା ଶ୍ରୀମତୀ ରଞ୍ଜୁଲତା ହୋତା, ଉପାଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ମଲ୍ଲିକ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଙ୍କ ଉପସ୍ଥିତିରେ ସ୍ଥାନୀୟ ଜନସାଧାରଣ ମାନଙ୍କୁ ନେଇ ଏହି ଐତିହ୍ୟ ସ୍ଥଳୀ ଗୁଡିକରେ ସାମୂହିକ ସଫେଇ ଅଭିଯାନ ଆୟୋଜନ କରାଯାଇଥିଲା।ଓଡ଼ିଆ ଜାତୀୟତା ଏବଂ ଓଡ଼ିଆ ପରମ୍ପରା ବଜାୟ ରଖିବାରେ ଏହି ଐତିହ୍ୟ ସ୍ଥଳୀ ଗୁଡ଼ିକର ଭୂମିକା ଅତୁଳନୀୟ ବୋଲି ଏକ ବାର୍ତ୍ତା ସାଧାରଣ ନାଗରିକ ମାନଙ୍କୁ ଦିଆଯାଇଥିଲା। ଏହି କ୍ରମରେ ଜିଲ୍ଲାବ୍ୟାପୀ ବିଭିନ୍ନ ମନ୍ଦିର ଏବଂ ଧାର୍ମିକ ପୀଠ ଗୁଡ଼ିକରେ ସ୍ଥାନୀୟ ଜନସାଧାରଣ ଏବଂ ଜନପ୍ରତିନିଧି ମାନଙ୍କୁ ନେଇ ସଫେଇ ଅଭିଯାନ ଆୟୋଜନ କରାଯାଇଥିଲା, ବିଭିନ୍ନ ବ୍ଲକ ଅଂଚଳରେ ଥିବା ଦେବା ଦେବୀ ପୀଠ ସ୍ଥଳରେ ଏହି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।
