ସ୍ଵଚ୍ଛତା ହିଁ ସମ୍ପଦ ଏହି ଉକ୍ତି କୁ ସାର୍ଥକ କଲେ ସ୍ଥାନୀୟ ସରପଞ୍ଚ।

ରାଇକିଆ, ତା 17/9/25 ସ୍ଵଚ୍ଛତା ସାପ୍ତାହିକ ଦିବସ ଅବସର ରେ କନ୍ଧମାଳ ଜିଲ୍ଲା ରାଇକିଆ ପଞ୍ଚାୟତ ସରପଞ୍ଚ ଗୀତାଞ୍ଜଳି ନାୟକ ଙ୍କ ଅଧ୍ୟକ୍ଷତା ରେ ଆଜି ରାଇକିଆ ଅଞ୍ଚଳ ର ବିଭିନ୍ନ ସ୍ଥାନ ମାନଙ୍କ ରେ ସଫେଇ କାର୍ଯ୍ୟକ୍ରମ ହେଉଥିବା ଦେଖିବାକୁ ମିଳିଥିଲା। ସ୍ୱଚ୍ଛତା ହିଁ ସମ୍ପଦ ଏହି ଉକ୍ତି କୁ ସାର୍ଥକ କରିବା ତତ୍ ସହିତ ପରିବେଶ କୁ କିଭଳି ସୁନ୍ଦର କରି ଗଢି ତୋଳିବା ଜନସାଧାରଣ କିଭଳି ଭାବେ ନିଜ ନିଜ ପରିବେଶ କୁ ସଫା ସୁତୁରା ରଖି ପାରିବେ ତାହା ଉପରେ ଗୁରୁତ୍ବ ଦେବା ଏହା ହିଁ ମୂଳ ଲକ୍ଷ ବୋଲି ସରପଞ୍ଚ ମତବ୍ୟକ୍ତ କରିଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ସନ୍ତୋଷ ଲେଙ୍କା ,ନାୟବ ସରପଞ୍ଚ ନିଥନୀୟଲ ନାୟକ ,ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅନିଲ ପଟ୍ଟନାୟକ ଙ୍କ ସମେତ ପଞ୍ଚାୟତ ର ସମସ୍ତ ସଦସ୍ୟ ଓ କର୍ମଚାରୀ ଉପସ୍ଥିତ ରହି ସଫେଇ କାର୍ଯ୍ୟକ୍ରମ ରେ ସାହାଯ୍ୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *