ଫୁଲବାଣୀ ପୌରପରିଷଦ ଆନୁକୁଲ୍ୟରେ ସ୍ଵଚ୍ଛତାହିଁ ସେବା, ସ୍ଵଛୋଉତ୍ସବ କାର୍ଯ୍ୟକ୍ରମ ଆୟଜନ ।
କନ୍ଧମାଳ, ଫୁଲବାଣୀ ତା୨୫/୦୯/୨୦୨୫ ଫୁଲବାଣୀ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶ କ୍ରମେ ଫୁଲବାଣୀ ପୌରପରଷଦର ନିର୍ବାହୀ ଅଧିକାରୀ ସମରେଶ ମହାନ୍ତି,ପୌରପରିଷଦର ଅଧ୍ୟକ୍ଷ। ଶ୍ରୀମତୀ ପାୟେଲ ବେହେରା ଙ୍କ ଅଧୀନରେ ଫୁଲବାଣୀ ସହରରେ ସ୍ୱଚ୍ଛ ତା ହିଁ ସେବା, ସ୍ଵଚ୍ଚୋତ୍ସବ,ସାମୁହିକ ସଫେଇ ଅଭିଯାନ ଏକ ଦିନ ଏକ ଘଣ୍ଟା କାର୍ଯ୍ୟକ୍ରମ ମାଧ୍ୟମରେ ଫୁଲବାଣୀ ଓ ଓଡ଼ିଶାର୧୧୫ ପୌରପାଳିକାର ନାଗରିକ ଜନସତେତନ। କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଫୁଲବାଣୀ ସହରର ବିଭିନ୍ନ ରାସ୍ତା, ଗଳିକନ୍ଦି, ଜନଗହଳି ସ୍ଥାନ ବିଭିନ୍ନ ମାର୍କେଟ, ସହରର ମୁଖ୍ୟବଜାର ରରେ ଜିଲ୍ଲାପାଳ, ଜିଲ୍ଲା ମାଜିଷ୍ଟରେଟ, ଏଡିଏମ୍, ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ପିଏ ଆଇ ଟି ଡିଏ ଗଦାଧର ପାତ୍ର,ଜିଲ୍ଲାପରିଷଦ ର ଅଧିକାରୀ, ଓ ଜିଲ୍ଲା ପରିଷଦ କର୍ଯ୍ୟକଳୟର କର୍ମକର୍ତ୍ତା, ଫୁଲବାଣୀ ପୌରପରିଷଦର ସମସ୍ତ କର୍ମ କର୍ତ୍ତା

ଏହି ମହତ କାର୍ଯ୍ୟ ଟିକୁ ଉପରିସ୍ଥ ଅଧିକାରୀଙ୍କ ଉପସ୍ଥିତିରେ ସହରରେ ସଫେଇ କାର୍ଯ୍ୟ କରି ସହରକୁ ସରସ , ସୁନ୍ଦର୍ ସୁସ୍ଥ ପରିବେଶ ଗଠନ କରିବାରେ ସହଯୋଗ କରିଥିଲେ ।ନିଜେ ପୌରପରିଷଦର ନିର୍ବାହୀ ଅଧିକାରୀ ସମରେଶ ମହାନ୍ତି ଓ ଅଧ୍ୟକ୍ଷ। ଶ୍ରୀମତୀ ପାୟେ ଲ ବେହେରା ପିଏଆଇଟିଡିଏ ଗଦାଧର ପାତ୍ର ଝାଡୁ ଧରି ସହରରେ ସଫା ସୁତାର କରୁଥିବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମ ପ୍ରାୟ ଏକ ଘଣ୍ଟା ରୁ ଉର୍ଦ୍ଧସମୟ ଚାଲିଥିବା ଦେଖିବାକୁ ମିଳିଥିଲା ।ଏହା ସହରର ଜନସାଧାରଣ କୁ ସୁସ୍ଥ ପରିବେଶ କରିବାକୁ ପ୍ରେରଣା ଯୋଗାଇଲା ।
