ଓଡିଶା ବନ୍ଦ

ଜଗତସିଂହପୁର-ଏଫ ଏମ କଲେଜ ପିଡିତା ଛାତ୍ରୀ ଆତ୍ମାହୁତି ଘଟଣାକୁ ନେଇ କଂଗ୍ରେସ ସମେତ 8 ଟି ବାମପନ୍ଥୀ ଦଳ ପକ୍ଷରୁ ଦିଆଯାଇଥିବା ଓଡିଶା ବନ୍ଦ ଡ଼ାକରାକୁ ନେଇ ଜଗତସିଂହପୁର ଜିଲାରେ ବିଭିନ୍ନ ସ୍ଥାନରେ ଦୋକାନ ବଜାର ଓ ଯାନ ବାହନ ଚଳାଚଳ ବନ୍ଦ ରହିଛି । ଭୋର ୫ ଟା ୩୦ ରୁ କଂଗ୍ରେସ କର୍ମୀ ମାନେ ଜିଲାର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରି ପିକେଟିଂ କରିବା ସହ ଗାଡି ମଟର ବନ୍ଦ କରୁଥିବାର ଦେଖା ଯାଇଛି ।

ପିଡିତାଙ୍କୁ ଉଚିତ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି କଂଗ୍ରେସ ଚେତାବନୀ ଦେଇଛି । ଯାନ ବାହନ ଚଳାଚଳ ବନ୍ଦ ରହିଥିବାରୁ ଯାତ୍ରୀ ମାନେ ମଧ୍ୟ ଘୋର ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ରାଜ୍ୟ ବାହାରୁ ଟ୍ରେନ ରେ ଆସିଥିବା ଅନେକ ଓଡ଼ିଆ ଯାତ୍ରୀ ଲଗେଜେ ଧରି ଚାଲି ଚାଲି ଗନ୍ତବ୍ୟ ସ୍ଥଳକୁ ଯାଉଥିବାର ଦେଖା ଯାଇଛି ।

Leave a Reply

Your email address will not be published. Required fields are marked *