ମା ଫୁଲଖାଇ ବିଦ୍ୟାଳୟ, ଢ଼ିଙ୍କିଆ ରେ ପୋଷାକ ବିତରଣ ଉତ୍ସବ |
ଏରସମା: ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ମା ଫୁଲଖାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଢ଼ିଙ୍କିଆ ରେ ମା ରାମଚଣ୍ଡୀ ସ୍ୱୟଂ ସହାୟିକା ଗୋଷ୍ଠୀ, ଗୋବିନ୍ଦପୁର ସହାୟତା ରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି |ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମଲ୍ଲ ଙ୍କ ଅଧକ୍ଷ୍ୟତାରେ ଢ଼ିଙ୍କିଆ ଗ୍ରାମ ପଂଚାୟତ ର ସରପଞ୍ଚ ଶ୍ରୀମତୀ ପିଙ୍କି ଦାସ ମୁଖ୍ୟ ଅତିଥି ଭାବରେ ଏବଂ ସମ୍ମାନୀୟ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ସ୍ୱାଇଁ ଉପସଭାପତି ମମତା ସେଠି ସଭା ମଣ୍ଡନ କରି ପୋଷାକ ବିତରଣ ସହିତ ଛାତ୍ରଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ଅଧ୍ୟୟନ ସହ ଭବିଷ୍ୟତର ଜଣେ ଜଣେ ସୁନାଗରିକ ହୋଇ ନିଜ ଅଞ୍ଚଳର ସୁନାମ ଆଣିବା ପାଇଁ ଆଶ୍ରିବଚନ ପ୍ରଦାନ କରିଥିଲେ |ପରିଚାଳନା କମିଟି ର ଅନ୍ୟ ସଦସ୍ୟ/ସଦସ୍ୟା ମାନଙ୍କ ମଧ୍ୟରେ କପିଳାସ ସେଠି, ସସ୍ମିତା ବାରିକ, ଗାୟତ୍ରୀ ଦଳାଇ, ମମତା ସ୍ୱାଇଁ, ସସ୍ମିତା ସାମଲ, ବୈଲୋଚନ ଖଟୁଆ, ସୁଶାନ୍ତ ସେନାପତି ଓ ନଗେନ୍ଦ୍ର ମହାନ୍ତି ଙ୍କ ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ୱାର୍ଡ ସଭ୍ୟା ସଂଘମିତ୍ରା ମଲିକ, ଆଶାକର୍ମୀ ସୁମିତ୍ରା ମଲିକ ଓ ଅଙ୍ଗନୱାଡି କର୍ମୀ ହେମଲତା ସାହୁ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସମାପନ କରିଥିଲେ |ଶିକ୍ଷକ ରମେଶ କୁମାର ବେହେରା ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଅଭିଭାଷଣ ରଖିଥିଲେ |ପରିଶେଷରେ ଶିକ୍ଷକ ସନାତନ ବେହେରା ସମସ୍ତ ଅତିଥି ଓ ଅଭିଭାବକ ମାନଙ୍କୁ କୃତଜ୍ଞତା ଅର୍ପଣ କରିବା ପରେ ସଭା ସାଙ୍ଗ କରାଯାଇଥିଲା |
