କ୍ଲବ ‘ଲାଇଫ ଲାଇନ୍‌’ ପକ୍ଷରୁ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର ତା-୨୭.୦୧.୨୦୨୬ ଭୁବନେଶ୍ୱର ୟୁନିଟ୍‌-୬ସ୍ଥିତ କ୍ଲବ “ଲାଇଫ ଲାଇନ୍‌” ପକ୍ଷରୁ ୭୭ ତମ ସାଧାରଣତନ୍ତ୍ର ଦିବସ ଗତକାଲି ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ କ୍ଲବର ବରିଷ୍ଠ ସଦସ୍ୟ ଶ୍ରୀ ଯଶୋବନ୍ତ ପଟ୍ଟନାୟକ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ଶ୍ରୀ ଅଜୟ କୁମାର ନନ୍ଦ, ଶ୍ରୀ ସୁମିତ୍ରା ନନ୍ଦନ ମହାପାତ୍ର, ଶ୍ରୀ ପ୍ରମୋଦ କୁମାର ସୁବୁଦ୍ଧି, ଶ୍ରୀ ଦୀନେଶ ସାହୁ, କ୍ଲବର ଅନ୍ୟ ସଦସ୍ୟ ସଦସ୍ୟା ଏବଂ ସ୍ଥାନୀୟ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ବିଭିନ୍ନ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରୁଥିବା କ୍ଲବର ସଦସ୍ୟ ସଦସ୍ୟାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ ପୂର୍ବକ ସମସ୍ତଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *