କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ ସୁରଭି – ୨୦୨୫ ‘
ଅଦ୍ୟ ତାରିଖରେ ଆଞ୍ଚଳିକ ସାଧନ କେନ୍ଦ୍ର, କୋହି, ମୋରଡ଼ା ଗୋଷ୍ଠୀ ଶିକ୍ଷାଧିକାରୀ ତରଫରୁ ସୁରଭି – ୨୦୨୫କାର୍ଯ୍ୟକ୍ରମ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଖଳାପଦା ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ପ୍ରାଥମିକ ସ୍ତର ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ୧୪ ଗୋଟି ବିଦ୍ୟାଳୟରୁ ୨୦୦ ଜଣ ଛାତ୍ରଛାତ୍ରୀମାନେ ୨୬ ଟି ପ୍ରତିଯୋଗିତାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଯୋଗ୍ୟତା ଭିତ୍ତିରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ବିଚାରକ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଦ୍ଵାରା ଚୟନ ହୋଇଥିଲେ। ସକାଳ ୧୦ ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲିଥିଲା। ଉକ୍ତ ସୁରଭି କାର୍ଯ୍ୟକ୍ରମର ସମସ୍ତ ପରିଚାଳନାଗତ ଦାୟିତ୍ଵ ସାଧନ କର୍ମୀ ଶ୍ରୀଯୁକ୍ତ ଗୁନାଧର ବେରାଙ୍କ ନିର୍ଦ୍ଦେଶରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ତୁଲାଇଥିଲେ। କାର୍ଯ୍ୟକ୍ରମର ଶେଷରେ ଏକ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଶ୍ରୀଯୁକ୍ତ ଗୁନାଧର ବେରା ପୌରହିତ୍ୟ କରିବା ସହିତ ମୁଖ୍ୟ ଅତିଥି ଭାବରେ ମୋରଡ଼ା ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ବିଜୟ କୁମାର ପାଣିଗ୍ରାହୀ, ମୁଖ୍ୟବକ୍ତା କବିରତ୍ନ ନୂତନ କୁମାର ବେହେରା ଓ ସମ୍ମାନୀୟ ଅତିଥି ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୂର୍ଯ୍ୟକାନ୍ତ ସେଠୀ ଉପସ୍ଥିତ ରହି କୃତି ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ ଓ ପ୍ରମାଣପତ୍ର ପ୍ରଦାନ କରିବା ସହିତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଉଦ୍-ବୋଧନ ଦେଇଥିଲେ। ବିତର୍କ ବିଭାଗରେ ୧ମ ସ୍ଥାନ — ଆକାଂକ୍ଷା ପ୍ରଧାନ, ୧୦ ମ( ଚିନ୍ତାମଣି ବିଦ୍ୟାପୀଠ,ଗଡ଼ିଆ)୨ୟ — ସ୍ଥାନ –ହିନ୍ଦୁ ଟୁଡୁ ୧୦ ମ ( ଜେ.ବି. ସଂସ୍କୃତ ବିଦ୍ୟାପୀଠ,କୋହି ୩ ୟ — ଯଶୋବନ୍ତ ପାଟ୍ଟବନ୍ଧା ୮ ମ ( ବଡ଼ ମୁଣ୍ଢାବଣି ଉଚ୍ଚ ବିଦ୍ୟାଳୟ) ଏହି ଭଳି ସମସ୍ତ ବିଭାଗର କୃତି ଛାତ୍ର ଛାତ୍ରୀମାନଙ୍କୁ ୧ମ ,୨ୟ ଓ ୩ୟ ସ୍ଥାନ ୭୮ ଗୋଟି ପୁରସ୍କାର ଓ ପ୍ରମାଣପତ୍ର ଦିଆ ଯାଇଥିଲା। ଶିଶୁ ମାନଙ୍କର ବୌଦ୍ଧିକ ବିକାଶ କ୍ଷେତ୍ରରେ ଏ ଭଳି କାର୍ଯ୍ୟକ୍ରମ ସର୍ବଦା ସ୍ବାଗତଯୋଗ୍ୟ । ଆଜିର ସୁରଭି କାର୍ଯ୍ୟକ୍ରମରେ ୩୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ଆଗ ପାଖର ଅନେକ ଅଭିଭାବକ ପିତାମାତା ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ରୂପାୟନରେ ସହାୟକ ହୋଇଥିଲେ। ସମୂହ ଛାତ୍ର ଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହିତ ଏକ ସୁସ୍ଥ ସବଳ ଓ ବଳିଷ୍ଠ ସମାଜ ଗଠନ ପାଇଁ ଆଶା ପୋଷଣ କରା ଯାଇଥିଲା।
