କ୍ଲଷ୍ଟର ସ୍ତରିୟ ଶିକ୍ଷାଦାନ ଶିକ୍ଷଣ ଉପକରଣ କର୍ମଶାଳା ଅନୁଷ୍ଠିତ

କ୍ଲଷ୍ଟର ସ୍ତରିୟ ଶିକ୍ଷାଦାନ ଶିକ୍ଷଣ ଉପକରଣ କର୍ମଶାଳା ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅନ୍ତର୍ଗତ ସରାବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ଏକ କ୍ଲଷ୍ଟର ସ୍ତରୀୟ ଶିକ୍ଷାଦାନ ଶିକ୍ଷଣ ଉପକରଣ (TLM ) କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ଶ୍ରୀଯୁକ୍ତ ନୀଳମଣି ବିଷୋୟୀ ଯୋଗ ଦେଇଥିବା ବେଳେ ମଞ୍ଚାଧିନ ଅତିଥି ଭାବେ ଅତିରିକ୍ତ ଗୋଷ୍ଟିଶିକ୍ଷା ଅଧିକାରୀ ଶ୍ରୀମତୀ ସୁଶୀଳା ପାତ୍ର ଓ ଶ୍ରୀ ବିଜୟ କୁମାର ମଣ୍ଡଳ ଓ ବିଜେପି ର କାର୍ଯ୍ୟ କର୍ତ୍ତା ତଥା ସିମଞ୍ଚଲ ତ୍ରିପାଠୀ ,ବନମାଳୀ ସ୍ବାଇଁ ନାରାୟଣ ଗୋଡ଼ ,ବୁଲୁ ସ୍ଵାଇଁ ସମେତ ଅନ୍ୟାନ୍ୟ ବିଜେପି କର୍ମୀ ଉପସ୍ଥିତ ଥିଲେ l ଶ୍ରୀ ଯୁକ୍ତ ନୀଳମଣି ବିଷୋୟୀ ଦ୍ଵୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କୁ ପାଠ ପଢ଼ାଇବାର ଅଧିକ ଦକ୍ଷତା ଗୁଡ଼ିକ ଅଧିକ ଦୃଢୀଭୂତ କରିବା ପାଇଁ କିଛି ଶିକ୍ଷଣ ଉପକରଣ ମାଧ୍ୟମରେ ପିଲାମାନଙ୍କୁ ପାଠ ପଠାଇବା ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା l ଶିକ୍ଷକ ଓ ଶିକ୍ଷିତ୍ରୀମାନେ କିଛି ଶିକ୍ଷଣ ଉପକରଣ ଗୁଡିକ ତିଆରି କରିଥିଲେ l
ସୋରଡ଼ା ବ୍ଲକ ର ୧୬ ଟି କ୍ଲଷ୍ଟର ର ସି ଆର ସି ସି ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅରୁଣ କୁମାର ଗୋଡ଼ ଯୋଗ ଦେଇଥିବା ବେଳେ ଖାରିଗୁଡ଼ା କ୍ଲଷ୍ଟର ର ସି ଆର ସି ସନ୍ତୋଷ କୁମାର ମହାନ୍ତି ଙ୍କ ତତ୍ତ୍ଵାବଧାନରେ ଏହି କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା l ସ୍ଥାନୀୟ 16ଟି କ୍ଲଷ୍ଟରର ସରଳ ଶିକ୍ଷଣ ପଦ୍ଧତି ଓ ଉପକରଣ ଯାହାକି ଶିକ୍ଷାର ଗୁଣାତ୍ମକ ମାନ ଅଭିବୃଦ୍ଧି ସହିତ ଶିକ୍ଷାର ସରଳ ଉପାୟରେ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢ଼ାଇବାର ପ୍ରୟାସ କରାଯାଇଥିଲା ଓ ଏହିଥିରେ ଅଂଶ ଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସମ୍ମାନୀୟ ଅତିଥି ଶ୍ରୀଯୁକ୍ତ ନୀଳମଣି ବିଷୋୟୀ ଙ୍କ ଦ୍ଵାରା ପୁରସ୍କାର ଓ ମାନପତ୍ର ପ୍ରଦାନ ମଧ୍ୟ କରିଥିଲେ। ପିଲାମାନେ କିପରିଉନ୍ନତି କରିବା ସହ ଆଗକୁ ବଢ଼ିବେ ଓ ଅନ୍ୟାନ୍ୟ ଶିକ୍ଷା ଉପକରଣ ବେଶ ସହାୟକ ହେବା ଉପରେ ଉପସ୍ଥିତ ଅତିଥି ମାନେ ବକ୍ତବ୍ୟ ରଖିଥିଲେ l ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ ଓ ଏହି ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶି୍ଷୟିତ୍ରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ପରିସମାପ୍ତି କରିଥିଲେ।

ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *