କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା – ୨୦୨୫
କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା – ୨୦୨୫
ଉଦଳା ୩୧/୦୧- ଉଦଳା ବ୍ଲକ ଅନ୍ତର୍ଗତ ନୂଆଗାଁ କ୍ଲଷ୍ଟରର ନିପୁଣ ଓଡିଶା ମେଳା – ୨୦୨୫ ନୂଆଗାଁ ଆଶ୍ରମ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ସିଆରସିସି ତପନ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ମେଳାକୁ ସମିତି ସଭ୍ୟା ସୀତା ଟୁଡୁ ଉଦଘାଟନ କରିଥିଲେ । ନୂଆଗାଁ ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ନରେନ୍ଦ୍ର କୁମାର ନାଏକ ସଭାପତି, ନୀଳଶୈଳ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଯୋଗେନ୍ଦ୍ର ନାଥ ସାହୁ ମୁଖ୍ୟବକ୍ତା, ନୂଆଗାଁ ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ଗୁଣ୍ଡରି ସିଂ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କ୍ଲଷ୍ଟର ସିଆରସିସିଙ୍କ ଦ୍ୱାରା ନିପୁଣ ଓଡିଶାର ସାମୁହିକ ଶପଥ ପାଠ ଅନୁଷ୍ଠିତ ହୋଇଥିଲା । କ୍ଲଷ୍ଟର ଅଧିନସ୍ଥ ୧୦ ଗୋଟି ବିଦ୍ୟାଳୟର ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଏଫଏଲଏନ ଶିକ୍ଷକ, ୧୦୦ ରୁ ଉର୍ଦ୍ଧ୍ୱ ଅଭିଭାବକ ଅଂଶଗ୍ରହଣ କରିଥିଲେ । ଦ୍ୱିତୀୟ ଅଧିବେଶନରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରିଣୀ ମିନତୀ ମଞ୍ଜରୀ ପଣ୍ଡା ମୁଖ୍ୟ ଅତୀଥି ଭାବେ ଯୋଗଦାନ କରି ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କୁ ନିପୁଣ ଓଡିଶା ମେଳାର ଉଦ୍ଦେଶ୍ୟ ଓ ଉପାଦେୟତା ସମ୍ବନ୍ଧରେ ଅବଗତ କରାଇଥିଲେ । ଉଦଳା ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ମନୋଜ କୁମାର ଶତପଥୀ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦାନ କରି ପିଲାମାନଙ୍କୁ ଉତ୍ସାହିତ ତଥା ପ୍ରେରଣା ପ୍ରଦାନ କରିଥିଲେ । ନୀଳଶୈଳ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବବ୍ରୁବାହାନ ବେହେରା ମୁଖ୍ୟବକ୍ତା ଭାବେ ଅଭିଭାବକମାନଙ୍କର ଦାୟିତ୍ୱ ଓ ପିଲାମାନଙ୍କର ଭୂମିକା ସମ୍ବନ୍ଧରେ ସୁଚିନ୍ତିତ ପରାମର୍ଶ ଦେଇଥିଲେ । ଶିକ୍ଷକ ସରୋଜ କୁମାର ପରିଡା ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଶିକ୍ଷକ ସତ୍ୟନାରାୟଣ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବର ସଫଳତା ନିମନ୍ତେ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପୂର୍ଣ୍ଣ ସହଯୋଗ କରିଥିଲେ ।
