କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯକ୍ରମ ଅନୁଷ୍ଠିତ
ଗଞ୍ଜାମ ଜିଲ୍ଲା ସୋରଡ଼ା ଗୋଷ୍ଠିଶିକ୍ଷା ଅଧିକାରୀ ଙ୍କ ଅଧୀନରେ ଥିବା ଖାରିଗୁଡ଼ା କ୍ଳଷ୍ଟର ସୁରେଖାଦେଇପୁର ଗ୍ରାମ ରେ ଥିବା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ସୁରଭି 2025 କାର୍ଯକ୍ରମ ଅନୁଷ୍ଠିତ ହୋଇଛି ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଉପସ୍ଥିତ ଥିଲେ ।ପିଲାଙ୍କ ଅନ୍ତର୍ନିହିତ ଦକ୍ଷତା ପରିପ୍ରକାଶ କରିବା ପାଇଁ ସୁରଭି କାର୍ଯକ୍ରମ ପ୍ରେରଣା ଦେଇଥାଏ।ଏହି କାର୍ଯ୍ୟକ୍ରମ କରିବା ଦ୍ୱାରା ପିଲାଙ୍କ ଭିତରେ ରହିଥିବା ପ୍ରତିଭା ଲୋକଲୋଚନ କୁ ଆସିବ ହେବ । ଏହି ପ୍ରତିଯୋଗିତା ଟି କ୍ଳଷ୍ଟର ସ୍ତରରୁ ଆରମ୍ଭ ହୋଇ ରାଜ୍ୟସ୍ତରୟ ପର୍ଯ୍ୟନ୍ତ ହେବ। ଛାତ୍ରଛାତ୍ରୀ ମନେ କିପରି ସମସ୍ତ କ୍ଷେତ୍ରରେ କିପରି ଦକ୍ଷ ହେବେ ସେଥି ପାଇଁ ଅଭିଭାବକ ଙ୍କ ସହ ଶିକ୍ଷକ ମାନେ ମଧ୍ୟ ଗୁରୁତ୍ଵ ଦେବା ପାଇଁ କହିଥିଲେ ବିଧାୟକ ।ତେବେ 14 ଟି ସ୍କୁଲ ର ପାଖାପାଖି 150 ରୁ ଛାତ୍ରଛାତ୍ରୀ ପ୍ରତିଯୋଗିତା ରେ ଭାଗ ନେଇଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ସୋରଡ଼ା ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ପିତାମ୍ବର ନାୟକ ଙ୍କ ସମେତ ସିଆରସି ସନ୍ତୋଷ ମହାନ୍ତି, ଘୁମୁସର ଜିଲ୍ଲା ସାଧାରଣ ସମ୍ପାଦକ ବୁଲୁସ୍ୱାଇଁ ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।ତେବେ ପ୍ରତିଯୋଗିତା ରେ ଭାଗ ନେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଦେଇ ପୁରସ୍କୃତ କରିଥିଲେ ବିଧାୟକ ନୀଳମଣି ବିଷୋୟୀ।
