କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

କାକଟପୁର, : କାକଟପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ଆଞ୍ଚଳିକ ଗୋଷ୍ଠି ସାଧନ କେନ୍ଦ୍ର ପକ୍ଷରୁ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ସ୍କୁଲରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ମାନଙ୍କୁ ନେଇ କଳା , ସାହିତ୍ୟର, ସଂଗୀତ ଓ ନୃତ୍ୟର ବିଭିନ୍ନ ବର୍ଗରେ ପ୍ରତିଯୋଗୀତା ମାନ ହୋଇଥିଲା। କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବା ସହିତ ଶ୍ରେଷ୍ଠ ସ୍ଥାନର ଛାତ୍ରଛାତ୍ରୀ ମାନେ ବ୍ଳକ୍ ସ୍ତରରେ ସୁରଭି କାର୍ଯକ୍ରମ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। କାକଟପୁର ବ୍ଲକ ଅନ୍ତର୍ଗତ ବାଙ୍ଗୁରିଗାଁ କ୍ଲଷ୍ଟର ସଂଯୋଜକ ରାଜକିଶୋର ବେହେରାଙ୍କ ତତ୍ତ୍ଵାବଧାନରେ ୧୨ ଟି ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ ନିଜର କଳା ଦକ୍ଷତା ପ୍ରତିପାଦନ କରିଥିଲେ। ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଜେନାଙ୍କ ସହ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗଦେଇଥିଲେ।
ସେହିପରି ଚିତ୍ରେଶ୍ୱରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟର ସଂଯୋଜକ ଜଟାଧାରୀ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସୁରଭି କାର୍ଯ୍ୟକ୍ରମରେ ଅତିଥି ଭାବେପ୍ରଧାନ ଶିକ୍ଷକ ପ୍ରଦୀପ୍ତ ବରାଳ, ଶିକ୍ଷକ ଅମୂଲ୍ୟ ବିଶ୍ଵାଳ ପ୍ରମୁଖ ଯୋଗ ଦେଇଥିଲେ। ୧୦ ଟି ସ୍କୁଲର ୨୦୦ ଛାତ୍ରଛାତ୍ରୀ ମାନେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ କଳା ନୈପୁଣ୍ୟ ପ୍ରଦର୍ଶନ କରି ଦକ୍ଷତା ପ୍ରତିପାଦନ କରିଥିଲେ। କୃତି ଛାତ୍ରଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଅଛି। ପ୍ରତ୍ୟେକ ବିଭାଗର ଶ୍ରେଷ୍ଠ କୃତି ଛାତ୍ରଛାତ୍ରୀ ମାନେ ବ୍ଳକ୍ ସ୍ତରରେ ସୁରଭି କାର୍ଯ୍ୟକ୍ରମରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *