କନ୍ଧମାଳ ହଳଦୀ ପ୍ରତି ମୂଖ୍ୟମନ୍ତ୍ରୀ ଙ୍କ ଆଗ୍ରହ
କନ୍ଧମାଳ ହଳଦୀ ପ୍ରତି ମୂଖ୍ୟମନ୍ତ୍ରୀ ଙ୍କ ଆଗ୍ରହ ଦିଲ୍ଲୀ ବାଣିଜ୍ୟ ମେଳାରେ କିଣିଲେ ହଳଦୀ। ଫୁଲବାଣୀ:ନିପ୍ର:- ୨୨/୧୧ ( ଗତ ୧୩ ତାରିଖ ଠାରୁ ଆରମ୍ଭ ହୋଇ ଦିଲ୍ଲୀ ପ୍ରଗତି ମଇଦାନରେ ଚାଲିଥିବା ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ କନ୍ଧମାଳ ହଳଦୀ କିଣିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଜିଲାରେ ଜୈବିକ ପଦ୍ଧତିରେ ଚାଷ କରାଯାଉଥିବା ହଳଦୀ କିଣିବା ସହ ଦାରିଙ୍ଗବାଡ଼ିକୁ ନେଇ ନିଜର ସ୍ମୃତି ମନେ ପକାଇଥିଲେ। କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧାରୁ ଆସିଥିବା ଶ୍ରୀଅନ୍ନ ଯୋଜନାରେ ଚାଷ କରାଯାଉଥିବା ମାଣ୍ଡିଆକୁ ମଧ୍ୟ କିଣିଛନ୍ତି।ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୧୩ରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୭ରେ ଉଦ୍ଯାପନ ହେବ। ଏଥିରେ ଓଡ଼ିଶାର ଷ୍ଟଲ ପଡ଼ିଥିବାରୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯାଇ ସେସବୁକୁ ବୁଲି ଦେଖିଛନ୍ତି। ୫ ଶହ ଗ୍ରାମ କନ୍ଧମାଳ ହଳଦୀ କିଣିବା ବେଳେ ସେ ଦାରିଙ୍ଗବାଡ଼ିରେ ଅନେକ ଦିନ ବିତାଇଥିବା ମିଶନଶକ୍ତିର ଝରଣା ସାହୁଙ୍କୁ କହିଥିଲେ। ଏଥିସହ ହଳଦୀ ବିକ୍ରିକୁ ନେଇ ଖୁସିବ୍ୟକ୍ତ କରିଥିଲେ। ସେହିଭଳି ଜୈବିକ ପଦ୍ଧତିରେ ପ୍ରସ୍ତୁତ ମାଣ୍ଡିଆ ଷ୍ଟଲରୁ ୧ ହଜାର ଟଙ୍କାର ମିଲେଟ୍ ସାମଗ୍ରୀ କିଣିଥିବା ସୂଚନା ମିଳିଛି।
