ଉପମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ ସିଏମ୍-କିଷାନ ଯୋଜନା

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ବିଭିନ୍ନ କାର୍ଯ୍ୟର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ ଭି ସିଂହଦେଓବିଶେଷ ଭାବେ ଅନୁନ୍ନତ ଜନଜାତି ଚାଷୀଙ୍କୁ ସିଏମ୍-କିଷାନ ଓ ପିଏମ୍-କିଷାନରେ ଅନ୍ତର୍ଭୁକ୍ତିକରଣ ଉପରେ ଉପମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପସିଏମ୍-କିଷାନ ଯୋଜନା ହିତାଧିକାରୀଙ୍କୁ ଇ-କେୱାଇସି ଭେରିଫିକେସନ ପରାମର୍ଶଖିଲାପ କଲେ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ- ସଚିବଭୁବନେଶ୍ୱର:୧୦/୦୩/୨୦୨୫ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଆଜି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଦୁଇଟି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ପ୍ରଥମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିନରେ ଚାଲୁଥିବା ନିର୍ମାଣ କାର୍ଯ୍ୟ ଗୁଡ଼ିକର ସମୀକ୍ଷା ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଓ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ କରିଥିଲେ । ଦ୍ୱିତୀୟରେ ସିଏମ୍-କିଷାନ, ପିଏମ୍-କିଷାନ ଓ ମାଣ୍ଡିଆର ସରକାରୀ ସ୍ତରରେ କ୍ରୟ ଆଦିର ସମୀକ୍ଷା କରାଯାଇଛି

।କୃଷି ବିଭାଗ ଅଧୀନରେ ଚାଲୁଥିବା ନିର୍ମାଣ କାର୍ଯ୍ୟ ଯଥା ଇମେଜ (IMAGE)ର ଭିତ୍ତିଭୂମି ବିକାଶ, କୃଷି ଉଦ୍ୟୋଗ ଭବନ ନିର୍ମାଣ, ମିଲେଟ ଫାକ୍ଟ୍ରି, ମିଲେଟ କାଫେ, ଫୁଡ଼ କୋର୍ଟ ନିର୍ମାଣ ଇତ୍ୟାଦିର ଅଗ୍ରଗତିର ସମୀକ୍ଷା ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କରିଛନ୍ତି । ଆସନ୍ତା ସେପ୍ଟେମ୍ବର ମାସ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ବିଭାଗ ପକ୍ଷରୁ ସଂପୃକ୍ତ ସଂସ୍ଥାମାନଙ୍କୁ କୁହାଯାଇଛି। ଓଡ଼ିଶା ସରକାରଙ୍କ ପ୍ରମୁଖ କୃଷକ କଲ୍ଯାଣକାରୀ ସିଏମ୍-କିଷାନ ଯୋଜନାରେ ସମ୍ପ୍ରତି ୪୫ଲକ୍ଷ ୬୦ହଜାର ଚାଷୀ ଅନ୍ତର୍ଭୁକ୍ତ ଅଛନ୍ତି । ପ୍ରତିବର୍ଷ ସେମାନଙ୍କୁ ଦୁଇହଜାର ଟଙ୍କା ଲେଖାଏଁ ଦୁଇଟି କିସ୍ତି ପ୍ରଦାନ କରାଯାଉଛି । ଚଳିତ ବର୍ଷ ଆଉ ୬ଲକ୍ଷ ୬୧ହଜାର ନୂତନ ଚାଷୀ ପଞ୍ଜିକୃତ ହେବା ପାଇଁ ଆବେଦନ କରିଛନ୍ତି । ସେହିଭଳି, ପିଏମ୍-କିଷାନ ଯୋଜନା ଅଧିନରେ ପ୍ରାୟ ୩୫ ଲକ୍ଷ ଚାଷୀ ଅନ୍ତର୍ଭୁକ୍ତ ହୋଇସାରିଛନ୍ତି । ସିଏମ୍-କିଷାନ ଯୋଜନା ଅନ୍ତର୍ଗତ ସମସ୍ତ ହିତାଧିକାରୀଙ୍କୁ ନିଜର ଇ-କେୱାଇସି (e-KYC) ଓ ଆଧାର ତଥା ଜମି ସମ୍ବନ୍ଧୀୟ ସୂଚନା ଅପଡେଟ୍ କରିବାକୁ ପରାମର୍ଶ ଦିଆଯାଇଛି । ଏହି ଅପଡେଟ୍ ପ୍ରକ୍ରିୟା VAW, BAO ଏବଂ କୃଷିବିଭାଗର ଅଧିକାରୀମାନଙ୍କ ଦ୍ଵାରା କରାଯାଉଛି । ହିତାଧିକାରୀଙ୍କ ଏହି ଭେରିଫିକେସନ ପ୍ରକ୍ରିୟାକୁ ମାର୍ଚ୍ଚ ମାସ ୨୪ ତାରିଖ ସୁଦ୍ଧା ସାରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ଖିଲାପ କରିଥିବା ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଆବଶ୍ଯକ ସ୍ଥଳେ ସେମାନଙ୍କ ଦରମା ବନ୍ଦ କରିବାକୁ ଡ଼ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି । ଇ-କେୱାଇସି ଭେରିଫିକେସନ ଦ୍ୱାରା ସିଏମ୍-କିଷାନ ଭୂତକାର୍ଡ଼ ଧାରୀ ଚିହ୍ନଟ ହେବେ ଏବଂ ପ୍ରକୃତ ହିତାଧିକାରୀ ଯୋଜନାର ଲାଭ ଉଠାଇପାରିବେ । ରାଜ୍ୟରେ ବିଶେଷ ଭାବେ ଅନୁନ୍ନତ ଜନଜାତି ଚାଷୀ (PVTG Farmers) ସଂଖ୍ୟା ୭୮ହଜାର ୮୬୯ ଥିବାବେଳେ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସିଏମ୍-କିଷାନ ଓ ପିଏମ୍-କିଷାନ ଭଳି କଲ୍ୟାଣକାରୀ ଯୋଜନାରେ ଅନ୍ତର୍ଭୁକ୍ତିକରଣ ଉପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଗୁରୁତ୍ୱାରୋପ କରିଛନ୍ତି । ରାଜ୍ୟ ସରକାର ଫାର୍ମର୍ ରେଜିଷ୍ଟ୍ରୀ ପୋର୍ଟାଲ୍ ମାଧ୍ୟମରେ ଚାଷୀଙ୍କ ଏକୀକୃତ ଡାଟାବେସ ଉପଲବ୍ଧ କରିବାକୁ ମଧ୍ୟ ଚେଷ୍ଟା ଜାରି ରଖିଛନ୍ତି । ରାଜ୍ୟରେ ଶ୍ରୀ ଅନ୍ନର ଉତ୍ପାଦନ କ୍ଷମତାରେ ବୃଦ୍ଧି ଘଟିଛି ଏବଂ ସରକାର ଏଫପିଓ ସହାୟତାରେ ମଣ୍ଡି ଦ୍ୱାରା ମାଣ୍ଡିଆ ଫସଲ କ୍ରୟ କରୁଛନ୍ତି । ବର୍ତ୍ତମାନ କୁଇଣ୍ଟାଲ ପିଛା ଶ୍ରୀ ଅନ୍ନର ସର୍ବନିମ୍ନ ମୂଲ୍ୟ ୪୨୯୦ ଟଙ୍କା ଥିବାବେଳେ, ଅଧିକ ୨୧୦ ଟଙ୍କା ଦେଇ ସରକାର କୁଇଣ୍ଟାଲ ପିଛା ୪୫୦୦ ଟଙ୍କାରେ ଆଜି ସୁଦ୍ଧା ୫.୫୧ ଲକ୍ଷ କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ କରିଛନ୍ତି । ଶ୍ରୀ ଅନ୍ନ ଅଭିଯାନ ଅନ୍ତର୍ଗତ ମଣ୍ଡିରେ ଶସ୍ୟ ସଫା କରିବା ମେସିନ ଯୋଗାଇ ଦିଆଯାଇଛି ଏବଂ ଚାଷୀ ଏଫଏକ୍ୟୁ ମାନର ମାଣ୍ଡିଆ ମଣ୍ଡିରେ ବିକ୍ରି କରି ଉପଯୁକ୍ତ ରାଶି ପାଇପାରୁଛନ୍ତି । ମଣ୍ଡିରେ ମାଣ୍ଡିଆ ବିକ୍ରୟ ଶେଷ ତାରିଖ ମାର୍ଚ୍ଚ ୩୧ ତାରିଖ ଧ୍ୟାର୍ଯ୍ୟ କରାଯାଇଛି । ଆଜି ସୁଦ୍ଧା ୫୦ ହଜାର ୬୨୦ ଜଣ ଚାଷୀ ମଣ୍ଡିରେ ଶ୍ରୀ ଅନ୍ନ ବିକ୍ରି କରିସାରିଲେଣି ।ଏହି ସମୀକ୍ଷା ବୈଠକରେ କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦଙ୍କ ସମେତ ରାଜ୍ୟର ସମସ୍ତ ଜିଲ୍ଲାରୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଆଭାସି ମାଧ୍ୟମରେ ଯୋଡ଼ି ହୋଇଥିଲେ ।ସୁଶ୍ରୀ ସଙ୍ଗୀତା ମହାରଣାଲୋକସମ୍ପର୍କ ଅଧିକାରୀ

Leave a Reply

Your email address will not be published. Required fields are marked *