ନୟାଗଡ଼ରେ ସି.ଏମ ଟ୍ରଫି ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ ଉଦଘାଟିତ

ନୟାଗଡ଼ ଖେଳ ପଡିଆରେ ଫାଓ, କଟକ, ଜିଲ୍ଲା କ୍ରୀଡା ବିଭାଗ ଏବଂ ଜିଲ୍ଲା ଅଥଲେଟିକ ଆସୋସିଏସନର ମିଳିତ ଆନୁକୂଲ୍ୟରେ ୭ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ସି.ଏମ ଟ୍ରଫି ଜିଲ୍ଲା ସ୍ତରୀୟ ଚମ୍ପିୟାନସିପ ସୋମବାର ସକାଳ ସମୟରେ ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ହୋଇ ଯାଇଛି |ପ୍ରଥମ ମ୍ୟାଚଟି ମର୍ଣ୍ଣିଙ୍ଗ ସ୍ପୋର୍ଟ୍ସ କ୍ଲବ ନୟାଗଡ଼ ଏବଂ ପୋଲ ଷ୍ଟାରସ ସ୍ପୋର୍ଟ୍ସ ରାଜପଟଣା ମଧ୍ୟରେ ଖେଳାଯାଇ ଉଭୟ ପରସ୍ପରକୁ ଗୋଟିଏ ଲେଖାଏଁ ଗୋଲ ଦେବାରୁ ଖେଳ ଅମୀମାଂଶିତ ରହିଥିଲା |ସେହିପରି ଅପରାହ୍ନରେ ଖେଳା ଯାଇଥିବା ଦ୍ଵିତୀୟ ମ୍ୟାଚକୁ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ ଉଦ୍ଘାଟନ କରିଥିବା ବେଳେ ଦ୍ଵିତୀୟ ମ୍ୟାଚ ଟି ୟୁଥ ସ୍ପୋର୍ଟ୍ସ କ୍ଲବ ବାଇଗୁଣିଆ ଏବଂ

ମଧୁକେଶ ଅଥଲେଟିକ କ୍ଲବ ନାଗମୁଣ୍ଡୁଳି ମଧ୍ୟରେ ଅନୁଷ୍ଠିତ ହୋଇ ପରସ୍ପରକୁ ଗୋଟିଏ ଲେଖାଏଁ ଗୋଲ ଦେବାରୁ ଏହି ଖେଳଟି ମଧ୍ୟ ଅମୀମାଂଶିତ ଭାବେ ଶେଷ ହୋଇଥିଲା |ଲିଗ ପର୍ଯ୍ୟାୟ ଭିତ୍ତିରେ ସାତଦିନ ଧରି ଖେଳା ଯିବାକୁ ଥିବା ଏହି ଖେଳର ଫାଇନାଲ ଖେଳ ଏପ୍ରିଲ ୧୪ ତାରିଖରେ ଅନୁଷ୍ଠିତ ହେବ |୧୫ ବର୍ଷରୁ କମ ବର୍ଗରେ ଖେଳା ଯାଉଥିବା ଏହି ଖେଳରୁ ଜିଲ୍ଲା ସ୍ତରରେ ଏକ ଭଲ ଫୁଟବଲ ଟିମ ନିର୍ଣ୍ଣୟ ପାଇଁ ଏହି ଖେଳ ଖେଳା ଯାଉଛି |ଏହି ଖେଳରେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଜିଲ୍ଲା କ୍ରୀଡାଧିକାରିଣୀ ସୁଜାତା ସାହୁ, ଜିଲ୍ଲା ଅଥଲେଟିକ ଆସୋସିଏସନର ସମ୍ପାଦକ ଅଶେଷ କୁମାର ଦାସ, ଅବସରପ୍ରାପ୍ତ ଜିଲ୍ଲା କ୍ରୀଡାଧିକାରୀ ଆଲୋକ ଦାଶ, ଜିଲ୍ଲା ଅଥଲେଟିକ ଆସୋସିଏସନ ପକ୍ଷରୁ ବିନାୟକ ପ୍ରସାଦ ରାଓ, ଅମୀୟ ମୋହନ ସାହୁ, କମରୁଦ୍ଦିନ ଖାଁ ପ୍ରମୁଖ ଖେଳ ପରିଚାଳନାରେ ସହାୟତା କରିଥିଲେ |

Leave a Reply

Your email address will not be published. Required fields are marked *