ସିଏମ ଟ୍ରଫି ଆନ୍ତଃ କ୍ଲବ ଓ ଆନ୍ତଃ ଜିଲ୍ଲା କବାଡି, ଭଲିବଲ, ଖୋଖୋ ପ୍ରତିଯୋଗିତା -୨୬ ଉଦଘାଟିତ
Date-11/04/26 ଜଗତସିଂହପୁର ସ୍ଥିତ ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିଅମ ଠାରେ ସିଏମ ଟ୍ରଫି ଆନ୍ତଃ କ୍ଲବ ଓ ଆନ୍ତଃଜିଲ୍ଲା କବାଡି, ଭଲିବଲ, ଖୋଖୋ ପ୍ରତିଯୋଗିତା -୨୦୨୬, କ୍ରୀଡା ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନ ଜଗତସିଂହପୁର ସୌଜନ୍ୟରୁ ଉଦଘାଟିତ ହୋଇଯାଇଛି l ଜଗତସିଂହପୁରର ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ଜଗତସିଂହପୁରର ମାନ୍ୟବର ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ ମୁଖ୍ୟ ଅତିଥି ଭାବରେ,ବାଲିକୁଦା -ଏରସମାର ମାନ୍ୟବର ବିଧାୟକ ସାରଦା ପ୍ରସନ୍ନ ଜେନା,ଜିଲ୍ଲା ପରିଷଦର ସଭାପତି ଶ୍ରୀ ମନୋଜ କୁମାର ଭୋଇ,

ଜିଲ୍ଲା କ୍ରୀଡା ସଂସଦର ସମ୍ପାଦକ ଦୋଳଗୋବିନ୍ଦ ଦାଶ,ଜିଲ୍ଲା କ୍ରୀଡା ସଂସଦର ସଭ୍ୟ ସାଧୁ ଚରଣ ମହାନ୍ତି ଏବଂ ପ୍ରସନ୍ନ କୁମାର ମହାନ୍ତି ସନମ୍ମାନୀୟ ଅତିଥି ଭାବରେ ଯୋଗଦେଇ କ୍ରୀଡ଼ାବିତ ମାନଙ୍କୁ ମାର୍ଗଦର୍ଶନ କରିଥିଲ l ଜିଲ୍ଲା କ୍ରୀଡା ଅଧିକାରୀ ବିଶ୍ଵବିଜୟିନୀ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟଵାଦ ପ୍ରଦାନ କରିଥିଲେ l ଏହି ସିଏମ ଟ୍ରଫି ପ୍ରତିଯୋଗିତା 4 ଦିନ ପର୍ଯ୍ୟନ୍ତ ଚାଲିବ l ଏହି ପ୍ରତିଯୋଗିତାରେ ପ୍ରାୟତଃ ୪୦୦ ଜଣ ପ୍ରତିଯୋଗୀ ଯୋଗ ଦେଇଥିଲେ ll
